୨ସନ୍ଦିଗ୍ଧ ଯୁବକ ଗିରଫ; ପିସ୍ତଲ ସହ ୩ଟି ଜୀବନ୍ତ ଗୁଳି ଜବତ ।

0 342

ଭଞ୍ଜନଗର, ୦୯/୧୦ପିପିଟି): ଭଞ୍ଜନଗର ଥାନା ଅଞ୍ଚଳରୁ ପୋଲିସ ବର୍ତ୍ତମାନ ସୁଦ୍ଧା ୨୨ଟି ବନ୍ଧୁକ ଜବତ କରିବାରେ ସକ୍ଷମ ହୋଇଛି।ଯାହା ଫଳରେ ଅନେକ ଅଘଟଣକୁ ରୋକାଯିବା ସହ ବହୁ ମୂଲ୍ୟବାନ ଜୀବନ ମଧ୍ୟ ବଞ୍ଚି ଯାଇଛି।ଆଜି ସକାଳେ ପୁଣିଥରେ ୨ଜଣ ଅସାମାଜିକ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି।ବୁଧବାର ବିଳମ୍ବିତ ରାତିରେ ଭଞ୍ଜନଗର ଥାନା ଏସ୍ଆଇ ଲକ୍ଷ୍ମୀଧର ମହାନ୍ତି ଓ ଅନ୍ୟ ପୋଲିସ କର୍ମଚାରୀ ଆଖପାଖ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ବାଇପାସ ରୋଡ଼ ଚକାରା ବିଷୋୟୀ ଛକ ନିକଟରେ ଥିବା ଏକ ପାନ ଦୋକାନ ସାମ୍ନାରେ ୨ଜଣ ବ୍ୟକ୍ତି ବସିଥିଲେ। ପୋଲିସକୁ ଦେଖି ସେମାନେ ଦୋକାନର ପଛ ପାଖରେ ଲୁଚି ଯାଇଥିଲେ।ଫଳରେ ପୋଲିସର ସେମାନଙ୍କ ଉପରେ ସନ୍ଦେହ ହେବାରୁ ସେଠାରେ ତାଙ୍କୁ ଅଟକ ରଖି ଉଭୟଙ୍କ ପରିଚୟ ପଚାରି ଥିଲେ।ଏହା ଶୁଣି ପୋଲିସ ଟିମ୍ କୁ ଦୁହେଁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଯୁକ୍ତିତର୍କ କରିଥିଲେ। ପୋଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କଲାବେଳେ ସେମାନଙ୍କ ମଧ୍ୟରୁ ଜଣେ ପୋଲିସକୁ ଲକ୍ଷ୍ୟ କରି ଗୁଳି ଚଳାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ତା ପୂର୍ବରୁ ପୋଲିସ ଦଳ ଉଭୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନେ ହେଲେ ବାଉଁଶାଲୁଣ୍ଡି ଗ୍ରାମର ସୁନିଲ କୁମାର ପ୍ରଧାନ ଓ ଗାମୁଣ୍ଡି ଗ୍ରାମର ଲାଲୁ ବେହେରା। ସେମାନଙ୍କ ତଲାସି ନେବା ବେଳେ ଗୋଟିଏ ୭.୬୫ ମିମି ପିସ୍ତଲ ଓ ତିନୋଟି ଜୀବନ୍ତ ଗୁଳି ଜବତ କରାଯାଇଛି।ଏସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ ନଂ ୧୧୩୮/୨୫. ୟୁ/ଏସ୍. ୨୯୬/୧୦୯/୧୩୨/୩୫୧(୨)/୩(୫) ବି.ଏନ୍.ଏସ୍. ଆରଡବ୍ଲୁଏସ୍ ୨୫(୧-ବି) (ଏ)/ ୨୭ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରି ପରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.