୨ଦିନ ପରେବି ମିଳୁନି ମୃତକଙ୍କ ପରିଚୟ ।

0 645

ଭଞ୍ଜନଗର,୨୫/୦୪(ପିପିଟି) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ମରାଟି ସାହି ଛକ ନିକଟରୁ ବୁଧବାର ଉଦ୍ଧାର ହୋଇଥିବା ଏକ ପୁରୁଷ ଲୋକଙ୍କ ମୣତଦେହର ପରିଚୟ ମିଳି ପାରିନାହିଁ। ଦୁଇ ଦିନ ପରେ ବି ମୣତକଙ୍କ ପରିଚୟ ମିଳୁନଥିବାରୁ ମୣତଦେହର ଅନ୍ତିମ ସତ୍କାର ହୋଇ ପାରିନାହିଁ। ଚିହ୍ନଟ ପାଇଁ ବ୍ୟବଚ୍ଛେଦ ପରେ ମୣତଦେହକୁ ଭଞ୍ଜନଗର ମେଡିକାଲର ଶବ ବ୍ୟବଚ୍ଛେଦ ଗୣହରେ ରଖାଯାଇଛି।ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।

ସୁଚନାନୁସାରେ, ବୁଧବାର ଅପରାହ୍ନ ୩ଟା ବେଳେ ସହରର ମରାଟି ସାହି ଛକରେ ଜଣେ ଅଜଣା ବ୍ୟକ୍ତିଙ୍କ ସମେତ ମୋଟ ୨ ଜଣ ଅଚେତ ହୋଇ ପଡିଥିବା ନେଇ ପୋଲିସ ସୂଚନା ପାଇଥିଲା। ପରେ ଖୋଦ୍ ଥାନା ଅଧିକାରୀ ଜିବନାନନ୍ଦ ଜେନା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣକୁ ଚିକିତ୍ସା କରାଯାଇଥିଲା। ଆଶୁ ଚିକିତ୍ସା ଫଳରେ ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଗ୍ରାମର ଦାଶରଥି ନାୟକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ହେଲେ ଅନ୍ୟ ଜଣଙ୍କ ମୣତ୍ୟୁର ଦୁଇ ଦିନ ପରେ ମଧ୍ୟ ମୃତକଙ୍କ ପରିଚୟ ମିଳିନାହିଁ। ମୣତକଙ୍କ ନାମ ଓ ଠିକଣା ଜାଣିବା ପାଇଁ ବ୍ୟବଚ୍ଛେଦ ପରେ ମୣତଦେହକୁ ଶବ ବ୍ୟବଚ୍ଛେଦ ଗୣହରେ ରଖାଯାଇଛି।ଏନେଇ ୧୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭଞ୍ଜନଗର ପୋଲିସ ତଦନ୍ତ ଜାରି ରଖିଛି।କୋୖଣସି ଲୋକ ଯଦି ମୣତକଙ୍କ ପରିଚୟ ଜାଣନ୍ତି କିମ୍ବା ତାଙ୍କ ପରିବାରର ଠିକଣା ପାଆନ୍ତି ତେବେ ମୋ-7326807588, 9556659445 ରେ ଜଣାଇବାକୁ ଥାନାଧିକାରୀ ଜିବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.