୧୯୮୯-୯୦ ମାଟ୍ରିକ୍ ବ୍ୟାଚ, ପାରିବାରିକ ବନ୍ଧୁ ମିଳନ ।

0 328

ବେଲଗୁଣ୍ଠା,୦୫/୦୧(ପିପିଟି):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ୧୯୮୯-୯୦ ମାଟ୍ରିକ୍ ବ୍ୟାଚ୍ ର ଏକ ପାରିବାରିକ ବନ୍ଧୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସମସ୍ତ ପୁରାତନ ଛାତ୍ର ଏବଂ ସେମାନଙ୍କ ପରିବାର ସଦସ୍ୟ ସଦସ୍ୟାଙ୍କୁ ନେଇ ମାଆ ବୁଢାକେନ୍ଦୁ ପୀଠରେ ଗ୍ରାଣ୍ଡ୍ ରିୟୁନିୟନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପୁରାତନ ଛାତ୍ର ଅଶୋକ କୁମାର ଗୌଡ଼ଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମକୁ ସ୍ଵସ୍ତି ସୁନ୍ଦର ସିଅ ସଂଯୋଜନା କରିଥିଲେ I କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ତ୍ରିନାଥ ସାହୁ,ହିମାଂଶୁ ତ୍ରିପାଠି,ରାସ ବିହାରୀ କର,ବୃନ୍ଦାବନ ତ୍ରିପାଠି,ଭବାନୀ ଶଙ୍କର ତ୍ରିପାଠି,ଦାମୋଦର ମିଶ୍ର,ବି.ସୁଦର୍ଶନ ରାଜୁ,ସଚ୍ଚିଦାନନ୍ଦ ତ୍ରୀପାଠୀ,ରଜନିକାନ୍ତ ତ୍ରିପାଠି ପ୍ରମୁଖ ମଞ୍ଚାସୀନ ଥିବା ବେଳେ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ସମସ୍ତ ଗୁରୁଙ୍କୁ ଉପଢ଼ୌକନ,ପୁଷ୍ପଗୁଚ୍ଛ ଏବଂ ଉପହାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଉପସ୍ଥିତ ଗୁରୁ ମାନେ ମଧ୍ୟ ସେମାନଙ୍କର ପ୍ରିୟ ଛାତ୍ର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅତି ନିକଟରେ ପାଇଁ ସେମାନଙ୍କୁ ଆଶୀର୍ବାଦ କରିବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ତିନି ପୀଢ଼ିର ମିଳନ ଘଟିଛି ବୋଲି ଉପସ୍ଥିତ ଗୁରୁମାନେ ଭାବ ବିହ୍ୱଳ ହୋଇ ପ୍ରକାଶ କରିଥିଲେ । ପୁରାତନ ଛାତ୍ର ତଥା ଯୁବ ଉଦ୍ୟୋଗପତି ବସନ୍ତ କୁମାର ବିଷୋୟୀ, ପ୍ରମୋଦ କୁମାର ସ୍ଵାଇଁ ପ୍ରମୁଖ ଛାତ୍ର ଜୀବନର ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ କୁନି କୁନି ଛୁଆଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହିଭଳି କାର୍ଯ୍ୟକ୍ରମ ଆଗାମୀ ବର୍ଷମାନଙ୍କରେ ମଧ୍ୟ ଆୟୋଜନ କରାଯିବ ବୋଲି ପୁରାତନ ଛାତ୍ର ମାନେ ମତ ଦେଇଥିଲେ । ପୁରାତନ ଛାତ୍ର ସନ୍ତୋଷ ଦାସ,ଦୂର୍ଗା ମାଧବ ଶତପଥି,ମନୋଜ କର,ଲକ୍ଷ୍ମୀ କାନ୍ତ ରାଜୁ,ଜୀବାନନ୍ଦ ବ୍ରହ୍ମା ,ସନ୍ତୋଷ କୁମାର ବିଷୋୟୀ,ଅରବିନ୍ଦ ଶତପଥିଙ୍କ ସମେତ ସମସ୍ତ ଛାତ୍ର ଏବଂ ସେମାନଙ୍କ ପରିବାର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ଵସ୍ତି ସୁନ୍ଦର ସିଅ ଧନ୍ୟବାଦ ଜ୍ଞାପନ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.