୧୨୬ତମ ମହତାବ ମହୋତ୍ସବ ।

0 105

ସିମୁଳିଆ,୨୧/୧୧:ମାର୍କୋଣା ମହତାବ ସ୍ମୃତି ସଂସଦ ପକ୍ଷରୁ ୧୨୬ତମ ମହତାବ ଜୟନ୍ତୀ ପାଳିତ ହୋଇଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ବ୍ଳକ ରୋଡ଼ରେ ଥିବା ମହତାବ ମଣ୍ଡପରେ ମହତାବ ସ୍ମୃତି ସଂସଦର ସଭାପତି ସାଧୁଚରଣ ମହାପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ୟ୍ଯ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାଟିକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଠ ସାହିତ୍ୟିକ ପ୍ରଶାନ୍ତ କୁମାର ଦାସ,ସମ୍ମାନିତ ଅତିଥି ଭାବେ ସେନା ନିବୃତ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ବିନୋଦ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହି ମଞ୍ଚରେ ଅତିଥିଙ୍କ ଦ୍ଵାରା ସାହିତ୍ୟ ପତ୍ରିକା ନମସ୍ୟର ଉନ୍ମୋଚନ ହୋଇଥିଲା । ସଭା ପ୍ରାରମ୍ଭରେ ଅତିଥିଙ୍କ ଦ୍ଵାରା ମହତାବ ମଣ୍ଡପସ୍ଥିତ ଉତ୍କଳ କେଶରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନରେ କବିତା ପାଠୋତ୍ସଵ ସ୍ମୃତି ସଂସଦ ଉପସଭାପତି ଡ଼.ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋକୁଳାନନ୍ଦ ମିଶ୍ର ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ମିଶ୍ର ଯୋଗଦେଇ ଥିଲେ ।ଏହି କାର୍ଯ୍ୟକ୍ରମକୁ କବୟିତ୍ରୀ ସାବିତ୍ରୀ କବି,ଚିନ୍ମୟୀ ବଳ ଓ କଳ୍ପନା ପାଡି ପ୍ରମୁଖ ସଂଯୋଜନା କରିଥିଲେ । ଏହି ଅବସରରେ ସେହି ମଞ୍ଚରେ ବିନୋଦ ବିହାରୀ ମହାନ୍ତିଙ୍କୁ ସିମୁଳିଆ ସୌରଭ ସମ୍ମାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ପଣ୍ଡାଙ୍କୁ ଶିକ୍ଷକ ରତ୍ନ ବଙ୍କୀମ ଚନ୍ଦ୍ର ମହାରଣା ସ୍ମୃତି ସମ୍ମାନ, ସେନା ନିବୃତ୍ତା ଶିକ୍ଷୟିତ୍ରୀ ବିଶ୍ଵମୈତ୍ରୀ ନାୟକଙ୍କୁ ଜମ୍ବୁବତୀ ରତ୍ନଶୀ ସମ୍ମାନ, ମଧୁମଲିକା ଉପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ମିଶ୍ରକୁ ଶିକ୍ଷକ ଗୌରବ ସଂଯୁକ୍ତା ମହାପାତ୍ର ସ୍ମୃତି ସମ୍ମାନ,ଇଂଜିନିୟରିଂ ଛାତ୍ର ଭକ୍ତି ଚରଣ ବେହେରାଙ୍କୁ ମହତାବ ମେଧାବୃତ୍ତି, ବ୍ଳକ ଟପ୍ପର ସୁଶ୍ରୀ ମୌସୁମୀ ମହାପାତ୍ରଙ୍କୁ ଅସୁମାରୀ ମେଧା ପ୍ରୋତ୍ସାହନରେ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.