୧୧ ବସ୍ତା ଗଞ୍ଜେଇ ଜବତ,ଜଣେ ଗିରଫ।

0 479

ମାଲକାନଗିରି,୦୮/୦୯(ପିପିଟି):ମାଲକାନଗିରି ଅବକାରୀ କାର୍ଯ୍ଯାଳୟର କର୍ମଚାରୀମାନେ ରାଜବନ୍ଧ ଗ୍ରାମରେ ଚଢାଉ କରି ୧୧ ବସ୍ତା ଗଞ୍ଜେଇ ଜବତ କରିବା ସହ ଜଣେ ହରି ହନ୍ତାଳକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଯାହାର ଓଜନ ୨୭୦ କିଲୋ ଗଞ୍ଜେଇ ବୋଲି ଜଣା ପଡିଛି । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ମାଲକାନଗିର ଜିଲ୍ଲାବ ଅବକାରୀ ଅଧିକ୍ଷକ ଅରୁଣ ପାଢୀଙ୍କ ନିର୍ଦ୍ଦେଶ କ୍ରମେ ଇନସ୍ପେକ୍ଟର ଉଦୟ ନାୟକଙ୍କ ନେତୃତ୍ବରେ ଏକ ଟିମ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରଜାବନ୍ଧ ଗ୍ରାମରେ ଚଢାଉ କରିଥିଲେ ।ତେବେ ଏହି ଗ୍ରାମର ହରି ହନ୍ତାଳଙ୍କ ଘର ସାମ୍ନାରେ ୧୧ ବସ୍ତା ଗଞ୍ଜେଇ ରଖାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଏହି ଗଞ୍ଜେଇକୁ ଜବତ କରିବା ସହ ହରି ହନ୍ତାଳଙ୍କୁ ଗିରଫ କରିଥିଲେ। ଏହି ୧୧ ବସ୍ତାରେ ୨୭୦ କିଲୋ ଗଞ୍ଜେଇ ରହିଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପ୍ରକାଶ ଥାଉ କି ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଷ ଦିନକୁ ଦିନ ବୃଦ୍ଧି ପାଇବା ସତ୍ବେ ଦୁର୍ଗମ ପାହାଡ ପାଦ ଦେଶରେ ଅବକାରୀ କର୍ମଚାରୀମାନେ ପହଞ୍ଚି ନଷ୍ଟ କରିବା ପାଇଁ ତତ୍ପରତା ଦେଖାଉ ନଥିବା ଜଣା ପଡିଛି ।ମାଲକାନଗିରି ଜିଲ୍ଲା ପ୍ରତିଦିନ ଗଞ୍ଜେଇ ମାଫିଆମାନଙ୍କୁ ପୋଲିସ ଧରି ଜେଲକୁ ପଠାଉଥିବା ବେଳେ ୯୦ ପ୍ରତିଶତ ଅପରାଧି କେବଳ ଗଞ୍ଜେଇ କାରବାରରେ ସଂପୃକ୍ତ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.