ବୋଲଗଡ଼,୧୬/୦୨(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଗୋଷ୍ଠୀ ଶିକ୍ଷା ବିଭାଗର କନିଷ୍ଠ କିରାଣୀ ୧୧ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପାଇବାପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଘଣ୍ଟ ଘୋଡାଇବାକୁ ମସୁଧା ଚଳାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ । ସୂଚନା ଅନୁଯାୟୀ ବୋଲଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ସପ୍ତାହରେ ୨ଦିନକାର୍ଯ୍ୟ କରୁଥିବା ସହିତ ଡେପୁଟେଶନ ରେ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ସପ୍ତାହରେ ୪ଦିନ ପାଇଁ ଦାୟିତ୍ୱରେ କର୍ଯ୍ୟକରନ୍ତି ଶିବ ପ୍ରସାଦ ମିଶ୍ର । କିରାଣୀ ଶ୍ରୀ ମିଶ୍ର ଅବସର କାଳୀନ ପେନସନ ହେଉ ଅବା କାର୍ଯ୍ୟାଳୟର ବିଭିନ୍ନ ସରକାରୀ ଅନୁଦାନରୁ ବହୁ ଅର୍ଥ ହଡପ କରିଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ କାହା ଛତ୍ର ଛାୟା ତଳେ ରହି ଛପି ଯାଆନ୍ତି । ଏବେ ୧୧ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚଂଚକତା କରି ଥିବା ଜଣାପଡିଛି । ବୋଲଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନ ଅବସର ପରେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ହୋଇ ଶାରୀରିକ ଅକ୍ଷମତା ଅବସ୍ଥାରେ ପଡ଼ିଥିଛନ୍ତି ।ତାଙ୍କର ପାଇବାକୁ ଥିବା (ଇ ଏଲ୍) ନିଜର ଉପାର୍ଜିତ ଛୁଟି ଟଙ୍କା ପାଇବା ପାଇଁ ୧ବର୍ଷରୁ ଉର୍ଦ୍ଧ ହେବ ବିଲ ଆବେଦନ କରିଥିଲେ । ଆବେଦନ ପରେ ସରକାରଙ୍କ ଟ୍ରେଜେରି ରୁ ତାଙ୍କୁ ତାଙ୍କର ୧୧ଲକ୍ଷ ୨୨ହଜାର ୨ସହ ୬୫ ଟଙ୍କା ପ୍ରାପ୍ତ କରାଯାଇଥିଲା । ଏହି ଟଙ୍କାକୁ କିରାଣୀ ଶ୍ରୀ ମିଶ୍ର ଚଞ୍ଚକତା କରି ନିଜ ସ୍ତ୍ରୀ ଆକାଉଣ୍ଟକୁ ହଡ଼ପ କରି ନେଇ ଯାଇଥିଲେ । ବାରମ୍ବାର ବିଲ କାହିଁକି ଆସୁନାହିଁ ବୋଲି କନିଷ୍ଠ କିରଣିକୁ ପଚାରିବାରୁ ତୁମ ଟଙ୍କା ଏ ପର୍ଯ୍ୟନ୍ତ ସାଙ୍କସନ ହୋଇନାହିଁ ବୋଲି କହି ଠକି ଚାଲିଥିଲେ । ଏ ସଂକ୍ରାନ୍ତରେ ସ୍କୁଲର କାର୍ଯ୍ୟରତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରି ବୁଝିବାରେ ତଦନ୍ତ କରାଯାଇଥିଲା। ଜାଣିବାକୁ ପାଇଲେ ବିଗତ ଜାନୁୟାରୀ ମାସ ୯ତାରିଖରୁ ୧୧ଲକ୍ଷ ୨୨ହଜାର ୨୬୫ଟଙ୍କା ତାଙ୍କୁ ପ୍ରାପ୍ୟ ହୋଇ ସାରିଛି ।ଉକ୍ତ ଟଙ୍କାକୁ କୌଶଳ କ୍ରମେ କିରାଣୀ ହଡ଼ପ କରି ନେଇଯାଇଥିବା ଜାଣିବାକୁ ପାଇଥିଲେ । ଏ ସଂକ୍ରାନ୍ତରେ ଖୋର୍ଦ୍ଧାଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଣୀ ସୋନାମିକା ରାୟ ହଡ଼ପ ହୋଇଥିବା ଜାଣିବା ପରେ କନିଷ୍ଠ କିରାଣୀ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଘଟଣାକୁ ଚପାଇ ଦେବା ପାଇଁ ଏହାକୁ ସମାଧାନ ପାଇଁ ବୁଝା ଶୁଝା କରି ଛାଡ଼ିଦେଇଥିଲେ । ପ୍ରଧାନ ଶିକ୍ଷକ ରୋଗ ଶଯ୍ୟାରେ ଥାଇ ତାଙ୍କ ଧର୍ମ ପତ୍ନୀକୁ ପଠାଇଥିଲେ ହେଲେ ତାଙ୍କୁ ଟଙ୍କା ମିଳିବା ପରିବର୍ତ୍ତେ ଧମକ ମିଳିଥିଲା । ଘଟଣା ପ୍ରଘଟ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ଟଙ୍କା ମିଳିପାରିନାହିଁ ଏପରିକି ଜିଲ୍ଲା ଶିକ୍ଷାଧିକାରୀ ୧୧ଲକ୍ଷ ୨୨ହଜାର ହଡ଼ପ ଘଟଣା ଜାଣି ଶୁଣି ଚଂଚଳତା କରି ଠକି ଥିଲେ ମଧ୍ୟ କନିଷ୍ଠ କିରଣୀଙ୍କୁ କିପରି ସହଯୋଗ କରିଥିଲେ ତାହା ସନ୍ଦେହ ଘେରରେ । ଏହି ଘଟଣାରୁ ଜଣା ପଡୁଛିକି ମିଳିତ ଭାଗ ବାଣ୍ଟି ଟଙ୍କା କୁ ହଡ଼ପ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବୋଲଗଡ କନିଷ୍ଠ କିରାଣୀ ଶ୍ରୀ ମିଶ୍ରଙ୍କର ଏହି ହଡ଼ପ ନୂଆ ଘଟଣା ନୁହେଁ । ଏହା ପୂର୍ବରୁ ବହୁ ଜାଲିଆତି ଓ ଠକାମୀ କରି ଅନେକ ସରକାରୀ ଟଙ୍କା ହଡ଼ପ ହୋଇଥିବା ଜଣାପଡିଛି ।ଏହାକୁ ଭିଜିଲାନ୍ସ ତଦନ୍ତ କରି କିରାଣୀଙ୍କ ବିରୁଦ୍ଧରେ କଠିନ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।