୧୧ଫୁଟ ଲମ୍ବ ଅହିରାଜ ସାପ ଉଦ୍ଧାର ।

0 288

ଭଞ୍ଜନଗର, ୨୮/୯(ପିପିଟି):  ଭଞ୍ଜନଗର ବ୍ଳକ୍ ଅଧୀନ ବଡ଼ ପଥରା ଗ୍ରାମରୁ ଆଜି ପୂର୍ବାହ୍ନ ସମୟରେ ଏକ ବିରାଟ ବଡ ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ଗ୍ରାମର ରାଜନ ବିଷୋୟୀଙ୍କ ଘରେ ସାପଟି ରହିଥିବା ଦେଖି ସ୍ଥାନୀୟ ଲୋକ ପ୍ରଥମେ ଭୟଭୀତ ହୋଇଯାଇଥିଲେ। ଏହାପରେ ତୁରନ୍ତ ସ୍ନେକ୍ ରେସକ୍ୟୁ ଟିମ୍ ସଦସ୍ୟ ସଞ୍ଜୟ ସ୍ବାଇଁ ସେଠାରେ ପହଞ୍ଚି ସାପଟକୁ ଉଦ୍ଧାର କରିଥିଲେ। ତାଙ୍କ ସହ ବନ ବିଭାଗର ଭିକାରୀ ବିଷୋୟୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ସାପଟି ଆନୁମାନିକ ୧୧ ଫୁଟ ଲମ୍ବ ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ଅହିରାଜ ସାପ ବିରଳ ବୋଲି କହିଥିଲେ। ଉଦ୍ଧାର ଅହିରାଜଟି ସୁସ୍ଥ ରହିଥିବା ବେଳେ ତାକୁ ନିକଟସ୍ଥ ଜଙ୍ଗଲରେ ଛଡାଯାଇଥିବା ଜଣାପଡିଛି।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.