୧୦୨୫ କିଲୋ ଗଞ୍ଜେଇ ଜବତ ଜଣେଗିରଫ।

0 278

ମାଲକାନଗିରି,୨୩/୦୨(ପିପିଟି):ଗତ ଶନିବାର ଦିନ ସନ୍ଧ୍ୟା ସମୟରେ ଏମଭି -୭୯ ପୋଲିସ ସଦଳବଳେ ଏମଭି-୯୭ ଗ୍ରାମ ନିକଟରେ ପାଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ଏକ କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରି ଚୋରାଚାଲାଣ କରାଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲେ । ଏହି ସମୟରେ ପୋଲିସ ଏମଭି -୯୬ ଛକ ନିକଟରେ ଗାଡ଼ିକୁ ଅଟକାଇ ତଲାସୀ କଲା ବେଳେ କଣ୍ଟେନର ଭିତରେ ୪୧ ଗୋଟିଏ ପ୍ଲାଷ୍ଟିକ ବସ୍ତା ରଖା ଯାଇଥିବା ଦେଖିବାକୁ ପାଇଥିଲେ। ପୋଲିସ ବସ୍ତା ଗୁଡ଼ିକୁ ବାହାର କରିବା ସହିତ ସେହି ବସ୍ତା ଗୁଡ଼ିକରୁ ୧୦୨୫ କେଜି ଗଞ୍ଜେଇ ଜବତ କରିଥିଲା। ଏହାବ୍ୟତୀତ ଅଶୋକ ଲୈଲାଣ୍ଡ (କଣ୍ଟେନର )ମାଲବାହୀ ଟ୍ରକ ସହିତ ରାଜସ୍ଥାନ ରାଜ୍ୟର ଜଣେ ଅଭିଯୁକ୍ତ ଝାବର ସିଂହଙ୍କୁ ଗିରଫ କରିଥିଲେ। ତଦନ୍ତ ସମୟରେ ଏହା ଜଣାପଡ଼ିଛି ଯେ, ଅଭିଯୁକ୍ତ ଅଧିକ ଲାଭ ପାଇଁ ତେଲେଙ୍ଗାନା ରାଜ୍ୟକୁ ଉକ୍ତ ଚୋରା ଗଞ୍ଜେଇ ଚାଲାଣ କରୁଥିଲେ। ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି ବୋଲି ଏମଭି -୭୯ ଥାନା ଅଧିକାରୀ ପୂର୍ଣିମା ଟେଟେ ସୂଚନା ଦେଇଛନ୍ତି। ଏହି ସମ୍ପର୍କରେ ଏମଭି -୭୯ ଥାନା କେସ୍ ନଂ-୨୯/୨୦୨୬ ଅନୁସାରେ ମାମଲା ରୁଜୁ କରାଯାଇ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି,)

Leave A Reply

Your email address will not be published.