ମାଲକାନଗିରି,୨୫/୦୬(ପିପିଟି) :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି,ଜନ ଜାତି ବିଦ୍ୟାଳୟରେ ଅଧ୍ୟୟନ ରତ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଛି ହଷ୍ଟେଲ ପରିସରରେ,ଯାହକି ଏକ ଲଜ୍ଜା ଜନକ ଘଟଣା। ବର୍ତ୍ତମାନ ଏହି ସ୍ପର୍ଶକାତର ଖବର ସମଗ୍ର ଅଞ୍ଚଳରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। କର୍ମଚାରୀମାନ ଦାୟିତ୍ଵ ହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ଝିଅ ର ବାପା ଅଭିଯୋଗ କରିଛି।
ବର୍ତ୍ତମାନ ୧୦ମ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଗତକାଲି ଝିଅଟି ପରୀକ୍ଷା ଦେଇ ଫେରିଥିଲ ହଷ୍ଟେଲକୁ । କିନ୍ତୁ ସନ୍ଧ୍ୟା ୭ଟା ପରେ ଝିଅଟି ନିଖୋଜ ଥିବା ଜଣାପଡ଼ିବା ପରେ ବିଦ୍ୟାଳୟ ପକ୍ଷରୁ ସଂପୃକ୍ତ ଝିଅର ବାପାଙ୍କୁ ଫୋନ୍ ଯୋଗେ ଜଣାଇବା ସହ
ତୁରନ୍ତ ପହଞ୍ଚିବା ପାଇଁ କୁହାଯାଇଥିଲା। ଏବଂ ପୋଲିସକୁ ମଧ୍ୟ
ଏ ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା।କଛି ସମୟ
ଖୋଜାଖୋଜି ପରେ ଝିଅଟି ହଷ୍ଟେଲ ର ଉପର ମହଲାରେ ଏକ
ସନ୍ତାନ ପ୍ରସବ କରିଥିବା ଦେଖିବାକୁ ମିଳିଥିଲା। ଉଭୟ ମା’-ଛୁଆଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ଦୁହିଁଙ୍କ ଅବସ୍ଥା ସ୍ଥିର ରହିଛି। ତେବେ ଅଧିକ ଚିକିତ୍ସା ଲାଗି ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ଜଣାଯାଇଛି। ଅପରପକ୍ଷେ, ଖବର ପାଇ ପୁଲିସ୍ ତନାଘନା ଆରମ୍ଭ କରିଛି। ଛାତ୍ରୀଜଣଙ୍କ କିପରି ଗର୍ଭବତୀ ହେଲେ, ସେ ସଂପର୍କରେ ଜାଣିବା ପାଇଁ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। ତେବେ ସ୍କୁଲ ଚାରିକାନ୍ଥ ଭିତରେ ଏତେ ବଡ଼ ଘଟଣା କିପରି ଘଟିଲା, କିଏ ଛାତ୍ରୀଙ୍କୁ ଗର୍ଭବତୀ କଲା , ସେନେଇ ଛାତ୍ରୀଙ୍କ ବାପା-ମା’ ଚିନ୍ତା ପ୍ରକଟ କରିବା ସହ ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ସଂପର୍କରେ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡ଼କାମିଙ୍କୁ ପଚାରିବାରୁ ସେ ଏ ସଂପର୍କରେ କିଛି ଜାଣିନାହାନ୍ତି ବୋଲି କହିବା ସହ ମୁଣ୍ଡରୁ ଦୋଷ ଛଡ଼ାଇ ୱାର୍ଡେନ୍ ଓ ଏଏନ୍ଏମ୍ଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଦାୟୀ କରିଛନ୍ତି।ଏଣେ ଝିଅ ର ବାପା କହିଛି ଯେ ଝିଅକୁ ବର୍ଷେ ହେଲା ଗାଁ କୁ ଯାଇ ନାହିଁ।ସେ ହଷ୍ଟେଲରେ ରହି ପାଠ ପଢୁଛି । ଏଣୁ ଏଥି ପାଇଁ ଯିଏ ଦୋଷୀ ତାକୁ କଠୋର ଦଣ୍ଡ ଦେବାକୁ ଦୃଢ ଦାବି କରିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)