ୟୁଡିଏ’ ବାର୍ଷିକ ଉତ୍ସବରେ କମ୍ପିବ ମଞ୍ଚ ।

0 373

ଭଞ୍ଜନଗର, ୨୮/୦୧(ପିପିଟି):ଭଞ୍ଜନଗର ଜେଲ ପଡ଼ିଆରେ ଆସନ୍ତା ୩୧ତାରିଖରେ ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ୍ ଡ୍ୟାନ୍ସ ଏକାଡେମୀର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ଅନୁଷ୍ଠାନର ଉପଦେଷ୍ଟା ତଥା ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ୟୁଡିଏ’ର ମୁଖ୍ୟ ପରିଚାଳକ ଜୟକୃଷ୍ଣ ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ପିଣ୍ଟୁ ବିଷୋୟୀଙ୍କ ଅନୁରୋଧ କ୍ରମେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏଥିରେ ଭଞ୍ଜନଗର ଅଞ୍ଚଳର ବହୁ ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିବା ସହ ୟୁଡିଏ’ର ଛାତଛାତ୍ରୀଙ୍କ ସମେତ ଓଲିଉଡ ଜଗତର ପ୍ରତିଷ୍ଠିତ କଳାକାର ଅଭିନେତା ଶୁଭାଶିଷ (ମଣ୍ଟୁ), ଅଭିନେତ୍ରୀ ସୁଶ୍ରୀ ଓ ନୂତନଙ୍କ ସମେତ ଦେବକନ୍ୟା ଚଳଚିତ୍ର’ର ନିର୍ଦ୍ଦେଶକ ଓ ନିର୍ମାତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ତେଣୁ ଏଭଳି ଏକ ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେଇ ଉପଭୋଗ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.