ୟୁଟ୍ୟୁବ୍ ଚ୍ୟାନେଲ୍ “ସୁହାନୀ କ୍ରିଏସନ୍”ର ଭଜନ ସନ୍ଧ୍ୟା ଶ୍ରୋତାଙ୍କ ମନ ମୋହିଲା ।

0 179

ଭଞ୍ଜନଗର ୦୯/୦୮ (ପିପିଟି) :ପବିତ୍ର ଗ୍ରାମୀଣ ନାଟ୍ୟ ଦିବସ ଅବସରରେ ୟୁଟ୍ୟୁବ୍ ଚ୍ୟାନେଲ୍ ” ସୁହାନୀ କ୍ରିଏସନ୍” ଏବଂ ” ତିରୁପତି ଓଡ଼ିଆ ପ୍ରଡକ୍ସନ” ତରଫରୁ ଏକ ଭଜନ ସନ୍ଧ୍ୟାର ଆୟୋଜନ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚ୍ୟାନେଲ୍ ଦ୍ବୟରେ କଣ୍ଠ ଦାନ କରିଥିବା ପ୍ରଥିତ୍ତ୍ ଯଶା କଳାକାର ଗୁରୁ ଡଃ. ବିଜୟ କୁମାର ଜେନା, ସୌମ୍ୟ ରଞ୍ଜନ ମଲ୍ଲିକ, ଶୈଳଭାମା ମହାପାତ୍ର, ରୂପକ କୁମାର ପରିଡା, ସଂଗ୍ରାମ ମହାନ୍ତି, କରୁଣାକର ସେଠୀ, ଆଲୋକ କୁଣ୍ଡୁ, ଡଃ ଭାରତୀ ଜେନା, ଅଭିଲିପ୍ସା ପାତ୍ର, ମନ୍ଦାକିନୀ ଶ୍ରେୟା ପ୍ରମୁଖ ଚ୍ୟାନେଲ ପ୍ରତିଷ୍ଠାତା ଡ଼ା. ତିରୁପତି ସାହୁଙ୍କ ରଚିତ ଭଜନ ପରିବେଷଣ କରି ଶ୍ରୋତୃ ମହଲକୁ ଆଧ୍ୟାତ୍ମିକ ଧାରାରେ ଅବଗାହିତ କରାଇଥିଲେ। କାର୍ଯ୍ୟକ୍ରମର ସଂଯୋଜନାରେ ଥିଲେ ସୂର୍ଯ୍ୟ ନାରାୟଣ ପାତ୍ର, ରାଜଗୋପାଳ ପାଢ଼ୀ ଏବଂ ସୁଶ୍ରୀ ସାଗରୀକା। ଏହି ଅବସରରେ ଭଜନ ସନ୍ଧ୍ୟାର ସମସ୍ତ ଶିଳ୍ପୀଙ୍କ ସମେତ ସର୍ବଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ରବି ନାରାୟଣ ଦାଶ, କୃଷ୍ଣ ପ୍ରସାଦ ସାବତ, ଧର୍ମରାଜ ସ୍ୱାଇଁ, ରୀତିସ୍ନିଗ୍ଧା ପ୍ରଧାନ, ସନ୍ତୋଷ କୁମାର ବେହେରା, ସୁରେନ୍ଦ୍ର ପାତ୍ର, ରମେଶ ମହାରଣା, ତାପସ ପାଣିଗ୍ରାହୀ, ସାଧୁ ଚିଦାନନ୍ଦ ଦାସ, ରାଜେନ୍ଦ୍ର ମୋହନ ପତି, ଏମ୍. ସୀମାଦ୍ରୀ, ସୁବାସ ଚନ୍ଦ୍ର ସାହୁ, ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ସଞ୍ଜୟ କୁମାର ବିଷୋୟୀ, ରାଜେନ୍ଦ୍ର କୁମାର ଦାଶ, କୁରା ଗୌଡ଼, ନାଲ୍ଲା ନୀଳକଣ୍ଠ, ରାଜ ସାହୁ ପ୍ରମୁଖ ଚ୍ୟାନେଲ୍ ସଂପୃକ୍ତ ୫୦ ଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପୂର୍ବରୁ ଚ୍ୟାନେଲ୍ ଦ୍ବୟ ଦ୍ୱାରା ପ୍ରସାରିତ ଭଜନକୁ ନେଇ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା। ରମେଶ ଚନ୍ଦ୍ର ସେଠୀଙ୍କ ତତ୍ୱାବଧାନରେ ରୟାଲ୍ ମ୍ୟୁଜିକ ଆଣ୍ଡ ଏଣ୍ଟେରଟେଇନମେଣ୍ଟ ଗ୍ରୁପର ଶିଳ୍ପୀମାନେ ଅଂଶ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ମୋହନ ରାଓ ପ୍ରଥମ, ରୁବିନା ବାନୁ ଦ୍ଵିତୀୟ ଏବଂ ଦେବୀ ପ୍ରସାଦ ପାଢ଼ୀ ତୃତୀୟ ସ୍ଥାନରେ ପୁରସ୍କୃତ ହୋଇଥିଲେ। ଡ଼ା. ସୁରେଶ ଚୌଧୁରୀଙ୍କ ଦ୍ୱାରା ନୂଆ ମୌଳାଭଞ୍ଜା ଦୃଷ୍ଟି ବାଧିତ ଆଶ୍ରମ ଏବଂ ମଦନ ମୋହନ ପୁର ସେବାଶ୍ରମ ଅନ୍ତେବାସୀଙ୍କ ନିମନ୍ତେ ସ୍ଵ ପିତାଙ୍କ ଜନ୍ମଦିନ ଅବସରରେ ପଚାଶ ହଜାର ଲେଖାଏଁ ଅନୁଦାନ ଦେଇଥିଲେ। ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କୁ ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ସ୍ତରରୁ ଜନ୍ମ ଦିନ ବଧେଇ ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ବଳଦେବ ସାହୁ, ସୁଜାତା ସାହୁ, ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ଦୀପକ କୁମାର ପ୍ରଧାନ, ଚିତ୍ତ ରଞ୍ଜନ ଦଳେଇଙ୍କ ସମେତ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଏବଂ ସୁରଳ, ସୁରେଶ ହସ୍ପିଟାଲ ସଦସ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।ଦେଶରେ ଜେ କେ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.