ୟୁଜେଏ ତରଫରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧଞ୍ଜଳି ।

0 261

ଭଞ୍ଜନଗର,୧୧/୧୨(ପିପିଟି): ତାମିଲନାଡୁର କୁନୁର ଠାରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସମେତ ୧୩ ଜଣ ଭାରତୀୟ ବାୟୁସେନା ଅଧିକାରୀ ପ୍ରାଣ ହରାଇଥିଲେ । ଏମାନଙ୍କ ମଧ୍ୟରେ ଓଡିଶା ର ଜଣେ ବାୟୁସେନା ଅଧିକାରୀ ଥିବା ଜଣାଯାଇଛି। ତାଙ୍କ ନାମ ରାଣାପ୍ରତାପ ଦାସ ଓ ସେ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ।ସେହି ଅମର ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଶୁକ୍ରବାର ସ୍ଥାନୀୟ ରଘୁନାଥ ମନ୍ଦିର ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ବସ ଷ୍ଟାଣ୍ଡ ଦେଇ ଥାନା ଛକ ଠାରେ ପହଞ୍ଚି ସେଠାରେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଏହାପରେ ବୀର ଯବାନଙ୍କ ସ୍ମୃତି ଚାରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ। ଏଥିରେ ୟୁଜେଏର ସଭାପତି ଜୟକୃଷ୍ଣ ପଟ୍ଟନାୟକ,ଉପ ସଭାପତି ପ୍ରଦୀପ ସ୍ୱାଇଁ,ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼, ସହ ସମ୍ପାଦକ ନିଲୁ ବିଷୋୟୀ, ଜିଲ୍ଲା ସଂଯୋଜକ ବିଶ୍ୱମ୍ଭର ଜେନା, ବ୍ଲକ ସଂଯୋଜକ ନଚିକେତା ପ୍ରଧାନ, ସୁଜିତ ବିଷୋୟୀ, ପପୁ ପ୍ରଧାନ, ଆଶିଷ ଗୌଡ଼, ମନୋଜ ଗୌଡ଼,ଗିରିସ ସାହୁ,ବବି ରଥ, ସମୀର ମହାପାତ୍ର,ଆଦିତ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.