“ହ୍ରବେର୍ଟଙ୍କ 5ଇ ପ୍ରଣାଳୀ”କୁ ନେଇ ପାଠଚକ୍ର।

0 269

କୋଦଳା,୧୬/୦୪(ପିପିଟି):ବୁଧବାର ୧୦ ଘଣ୍ଟ ସମୟରେ ସ୍ଥାନୀୟ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଶିକ୍ଷା ବିଭାଗ ତରଫରୁ ” ହ୍ରବେର୍ଟଙ୍କ 5 ଇ ଶିକ୍ଷା ପ୍ରଣାଳୀ ” ବିଷୟବସ୍ତୁ କୁ ନେଇ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧନାକର୍ମୀ ଭାବେ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ଶିକ୍ଷା ବିଭାଗୀୟ ମୁଖ୍ୟ ପ୍ରଦୀପ କୁମାର ମହାପାତ୍ର ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକର ଧର୍ମ ସମ୍ପର୍କେ ଆଲୋଚନା କରିବା ସହ ” ଶିକ୍ଷାଦାନ ଓ ଶିକ୍ଷକ ସାମ୍ପ୍ରତିକ ଜଗତର ବରଦାନ ” ଏହା ବୁଝାଇଥିଲେ । ନିମନ୍ତ୍ରିତ ଅତିଥି ରୂପେ ଅଧ୍ୟାପକ ବିନୋଦ କୁମାର ମିଶ୍ର,ରଞ୍ଜୁବାଳା ନନ୍ଦ,ସାଗର ଚାନ୍ଦ ପାତ୍ର, ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ସପନ କୁମାର ଦାଶ, ଅଧ୍ୟାପକ ଲିପୁନ ମାଝୀ,କାହ୍ନୁ ଚରଣ ପାଳ,କେଶବ ଚନ୍ଦ୍ର ପାଳ, ଅଧ୍ୟାପିକା ତପସ୍ୱିନୀ କରଣ,ମନୀଷା ପଟ୍ଟନାୟକ, ପ୍ରିୟଦର୍ଶିନୀ ସାହୁ,ଭୁବନେଶ୍ୱରୀ ରାୟ ସାମନ୍ତ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ଯୋଗଦେଇଥିଲେ । ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ କୁମାର ପଣ୍ଡା ନିର୍ବାଚିତ ବିଷୟବସ୍ତୁରୁ ବିଶଦ ଆଲୋଚନା କରିବାସହ ଆବାହିକା ସାଗରୀକା ଦାଶ ପାଠଚକ୍ର ଆଭିମୁଖ୍ୟ ସମ୍ପର୍କେ ତଥ୍ୟ ଯୋଗାଇ ଦେଇଥିଲେ । ପରିଶେଷରେ ଶୁଭଶ୍ରୀ ସେନାପତି,ଶେଷ ବର୍ଷ ଛାତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.