“ହିମାଦ୍ରି” ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ।

0 267

କୋଦଳା,୦୫/୦୩(ପିପିଟି):ନବେ ଦଶକର ତ୍ରୟ ମାସିକ ସାହିତ୍ୟ ପତ୍ରିକା ହିମାଦ୍ରି ଯାହାକୁ ଦକ୍ଷିଣ ଓଡ଼ିଶାର ଝଙ୍କାର କୁହାଯାଉଥିଲା ଆଜି ସ୍ଥାନୀୟ ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇ ଯାଇଛି। ନବବର୍ଷ ସଂଖ୍ୟା ୨୦୨୪ର ଏହି ଉନ୍ମୋଚନ ସଭା ପୁରୁଷୋତ୍ତମପୁର ହିନ୍ଦୀ ପ୍ରଚାରସଭାର କୁଳପତି ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ କୋଦଳା ବିଜେ ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଭରପୁର ସଭାରେ ମୂଖ୍ୟ ଅତିଥି ଭାବେ ଭାଗୀରଥି ବେହେରା ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ହିମାଦ୍ରି ର ସଂପାଦକ ରବୀନ୍ଦ୍ର ନାଥ ବେହେରା ବିବରଣୀ ପାଠ କରିଥିଲା ବେଳେ ଶିକ୍ଷକ ଦୀପକ କୁମାର ବିଶୋଇ ପ୍ରାରମ୍ଭିକ ସଙ୍ଗୀତ ପରିଚାଳନା କରିଥିଲେ। ବୈଦ୍ୟନାଥ ଗୌଡ଼ ମନ୍ତ୍ର ପାଠ ସହ ମଞ୍ଚ ପରିଚାଳନା କରିଥିବା ବେଳେ ସଂପାଦକ ବିଷ୍ଣୁ ପ୍ରସାଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ରବି ଶତପଥୀ,ପ୍ରମିଳା ପାଣି,ନୀଳକଣ୍ଠ ଦାଶ,ପ୍ରାକ୍ତନ ହିନ୍ଦୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସହ ଅନେକ ବହିରାଗତ କବି କବୟିତ୍ରୀ କବିତା ପାଠ କରିଥିବା ବେଳେ ଅଧ୍ୟାପିକା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ଓ ତୁଳସୀରାମ ମେହେର ସଂଯୋଜନା କରିଥିଲେ। ଆଗାମୀ ଦିନରେ ଯୋଗ୍ୟ ସାହିତ୍ୟିକଙ୍କୁ ହିମାଦ୍ରି ସମ୍ମାନ ପ୍ରଦାନ କରାଯିବାକୁ ଅନ୍ୟ ତମ ଉପଦେଷ୍ଟା ସୁଧାଂଶୁ ଶେଖର ସାହୁ ଘୋଷଣା କରି ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Leave A Reply

Your email address will not be published.