ମାଲକାନଗିରି,୦୬/୦୯(ପିପିଟି):ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ କୃଷୁୱାଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ରାଜେଶ କୁମାର ମେହେର ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ତୃତୀୟ ଭାଷା ନିମନ୍ତେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଦେଦବର ପ୍ରଧାନ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଟା ତଥା ଛାତ୍ର ବତ୍ସଳ ଶିକ୍ଷକ ଭାବରେ ସମଗ୍ର ଜିଲ୍ଲାରେ ପରିଚିତ । ହିନ୍ଦୀ ଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପିଲାମାନଙ୍କୁ ହିନ୍ଦୀ ଶିକ୍ଷା ପ୍ରତି ଆଗ୍ରହୀ କରିବା ସହିତ ହିନ୍ଦୀ ଶିକ୍ଷାକୁ ସହଜ ସରଳ ଓ ବୋଧଗମ୍ୟ କରିପାରିଥିଲେ । ୨୦୨୪-୨୫ ଶିକ୍ଷା ବର୍ଷରେ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫ ଜଣ ଛାତ୍ରଛାତ୍ରୀ ହିନ୍ଦୀ ବିଷୟରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ମାର୍କ ରଖି ସଫଳତା ଅର୍ଜନ କରିଥିଲେ।ଏହି ସଫଳତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ବେହେରା ପ୍ରଶଂସା କରିବା ସହିତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)