ବ୍ରହ୍ମପୁର, ୨୭/୦୧(ପିପିଟି ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବଡ଼ଖଣ୍ଡି, ବୁରୁପଡା କଂଚୁରୁ, ରାଳବ, ବେଲଗାଁ, ପୁଟିଆପଦର, ନନ୍ଦିକ, ଖରିଡା, ସାରୁ, ସିକିରି, ସାହାପୁର ଆଦି ସମସ୍ତ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା ଆନୁକୂଲ୍ୟରେ ହିଞ୍ଜିଳିକାଟୁ ସିଡିପିଓ ଗାଙ୍ଗୀ ସୁବୁଦ୍ଧିଙ୍କ ଅଧକ୍ଷତାରେ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଏହି କିଶୋରୀ ମେଳାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅର୍ବିଦା ପରବିନଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଅଞ୍ଚଳ ପରିଦର୍ଶିକା,ଏ ଏନଏମ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍କୁଲ ଶିକ୍ଷକ, ମିଶନ ଶକ୍ତି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ l ସର୍ବୋପରି ସମସ୍ତ ପଞ୍ଚାୟତର କିଶୋର ଏବଂ କିଶୋରୀ ମାନେ ଏଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ- କିଶୋର ଏବଂ କିଶୋରୀ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ପୃଷ୍ଟି ଓ ଦକ୍ଷତା ଦିଗରେ ଆଲୋଚନା କରାଯାଇଥିଲା l ସମସ୍ତ କିଶୋର ଓ କିଶୋରୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା, ଓଜନ, ଉଚ୍ଚତା ଓ ବିଏମଆଇ ସହ ହିମୋଗ୍ଲୋବିନ ପରୀକ୍ଷା କରାଯାଇ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥିଲା l ପରିଶେଷରେ କିଶୋରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ,ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କିଶୋରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l
ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ