ହିଞ୍ଜିଳି ପ୍ରୀମିୟର ଲିଗ୍ ପାତାଳେଶ୍ୱର କ୍ରିକେଟ କ୍ଳବକୁ ହରାଇ ଗେଲେକ୍ସି- ୧୧ ବିଜୟୀ ।

0 284

ହିଞ୍ଜିଳିକାଟୁ,୦୮/୦୧(ପିପିଟି): ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ଆୟୋଜିତ ହିଞ୍ଜିଳି କାଟୁ ପ୍ରିମିୟର ଲିଗ୍ ର ଚତୁର୍ଥ କ୍ୱାଟର ଫାଇନାଲ୍ ମ୍ୟାଚ ପାତାଳେଶ୍ୱର କ୍ରିକେଟ କ୍ଳବ (ଚାଟୁଳା) ଏବଂ ଗେଲେକ୍ସି- ୧୧(ମୁଣ୍ଡମରେଇ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ପାତାଳେଶ୍ୱର କ୍ରିକେଟ କ୍ଳବ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ନିଷ୍ପତି ନେଇଥିଲେ ଏବଂ ୧୮.୩ ଓଭର ବଲରେ ସମସ୍ତ ୱିକେଟ ହରାଇ ୮୩ ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳ ଗେଲେକ୍ସି- ୧୧ ଦ୍ୱିତୀୟ ଇନିଂସ ରେ ଆବଶ୍ୟକ ରନ୍ କୁ ନଜରରେ ରଖି ୧୨.୧ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୮୪ ରନ୍ ସଂଗ୍ରହ କରିଥିଲେ । ଆଜିର ଏହି ମ୍ୟାଚରେ ଗେଲେକ୍ସି- ୧୧ ଦଳ ବିଜୟୀ ଘୋଷିତ ହୋଇଥିଲା। ଗେଲେକ୍ସି- ୧୧ ଦଳ ପକ୍ଷରୁ ମଣ୍ଟୁ ସର୍ବାଧିକ ୩୨ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ଏହି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା। ଆଜିର ଏହି ମ୍ୟାଚରେ ପୌର ପରିଷଦର ପୂର୍ବତନ କାଉନ୍ସିଲର ପ୍ରଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରେଷ୍ଠ ଖେଳାଳି ମଣ୍ଟୁଙ୍କୁ ପୁରସ୍କୃତ କରିଥିଲେ । ଏହି ଖେଳ ସଚିନ କୁମାର ପ୍ରଧାନ ଏବଂ ଶ୍ରୀଧର ମହାରଣା ପରିଚାଳନା କରିଥିବାବେଳେ ସ୍କୋରର ରୂପେ ବିପ୍ର ଶବର ,ଜଗନ୍ ଡାକୁଆ ଧାରା ବିବରଣୀ ପ୍ରଦାନ କରିଥିଲେ । (ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.