ହିଞ୍ଜିଳି ପଞ୍ଚାୟତ ସମିତି ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।

0 212

ହିଞ୍ଜିଳିକାଟୁ,୨୩/୦୯(ପିପିଟି): ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଦିନ ୮ଘଣ୍ଟା ସମୟରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ହିଞ୍ଜିଳି ବ୍ଳକର ବିଭିନ୍ନ ପଞ୍ଚାୟତର ଭିନ୍ନକ୍ଷମ ବ୍ୟକ୍ତି ମହିଳା ଓ ଶିଶୁ ନିଜର ଅସୁବିଧା ଓ ଅଭିଯୋଗ ନେଇ ଉପସ୍ଥିତ ହେଇଥିଲା । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ଯ୍ଯମରେ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ପ୍ରୟାସ କରାଯାଇଥିଲା । ଉକ୍ତ ଶିବିରରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ ,ଜିଲ୍ଲା ପରିଷଦ ସଭ୍ୟ ଜୋନ ନଂ ୬୮ ତଥା ବିରୋଧୀ ଦଳର ନେତା ହିଞ୍ଜିଳି ବ୍ଳକ ବିଧାୟକ ପ୍ରତିନିଧି ଏ .ସୁଦର୍ଶନ ,ହଞିଳି ବ୍ଳକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ, ଗଞ୍ଜାମ ଡି ଏସ ଏସ ଓ କୃଷ୍ଣଚନ୍ଦ୍ର ବେହେରା,ଛତ୍ରପୁର ଏସ୍ .ଏସ୍.ଏସ୍ ଓ ରଶ୍ମିତା ସ୍ବାଇଁଙ୍କ ସହ ବିଭିନ୍ନ ବିଭାଗର ଡ଼ାକ୍ତର ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଚାଳନା କରିଥିବା ବେଳେ ବି ଏସ୍ ଏସ୍ ଓ ଶୁଭଶ୍ରୀ ବେହେରା ସଂଯୋଜନା କରିଥିଲେ । ଏହି ସଭାରେ ବିଭିନ୍ନ ପଞ୍ଚାୟତ ସମିତିର ସରପଞ୍ଚ ,ସମିତି ସଭ୍ୟ ଯୋଗଦାନ କରିଥିଲେ । ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ମନୋନୀତ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ବୃନ୍ଦାବନ ସରକାରୀ ବିଦ୍ଯାପୀଠର ହିଞ୍ଜିଳି କାଟୁର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରଛାତ୍ରୀ ମାନେ ସ୍ବେଚ୍ଛାସେବୀ ଭାବେ ଭିନ୍ନକ୍ଷମ ପାଇଁ ସାହାଯ୍ୟ ଓ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମଧ୍ଯାହ୍ନ ଭୋଜନ ଆୟୋଜନ କରାଯାଇଥିଲା । ଭୀମଭୋଇ ସାମର୍ଥ୍ୟ ଶିବିର ଅଭିଯାନ ସୁଚାରୁରୂପେ ସମ୍ପାଦନା ହୋଇଥିବାରୁ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ, ସାମ୍ବାଦିକ ବନ୍ଧୁ ଓ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳି ବ୍ଳକ ଅଧ୍ୟକ୍ଷାଙ୍କ ଅନୁପସ୍ଥିତିକୁ ନେଇ ସାଧାରଣରେ ବିଭିନ୍ନ ପ୍ରକାରର ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି ।

(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ)

Leave A Reply

Your email address will not be published.