ହିଞ୍ଜିଳିକାଟୁ ,୧୩/୧୨ (ପିପିଟି ): ହିଞ୍ଜିଳିକାଟୁ ପୋୖର ପରିଷଦ ସ୍ଥିତ ପାଟଣା ସାହି ବରିଷ୍ଠ ବିଜେପି କର୍ମୀ ଗୋପାଳକୃଷ୍ଣ ପଣ୍ଡାଙ୍କ ଧର୍ମପତ୍ନୀ ତଥା ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ବରିଷ୍ଠ କିରାଣୀ ଜିତେନ୍ଦ୍ର ପଣ୍ଡାଙ୍କ ମାତୃ ମନୋରମା ପଣ୍ଡାଙ୍କ ଅକାଳ ବିୟୋଗ ଘଟିଛି । ପ୍ରକାଶ ଥାଉକି ହିଞ୍ଜିଳି ପୋୖର ପରିଷଦ ପାଟଣା ସାହି ଗୋପାଳକୃଷ୍ଣ ପଣ୍ଡାଙ୍କ ପତ୍ନୀ ବ୍ରେନ ଷ୍ଟ୍ରୋକ୍ ରେ କିଛିଦିନ ହେଲା ପିଡୀତ ହୋଇ ବ୍ରହ୍ମପୁର ସିତଳାପୋଲି ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ଶୁକ୍ରବାର ତା ୧୨ ଡିସେମ୍ବର ୨୦୨୫ ରାତ୍ର ୯ଘଣ୍ଟ ୩୦ମି.ସମୟରେ ହସ୍ପିଟାଲ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ଶଯ୍ୟା ନିକଟରେ ସ୍ଵାମୀ ଗୋପାଳ କୃଷ୍ଣ , ବଡ ପୁଅ ଜିତେନ୍ଦ୍ର,ସାନ ପୁଅ ସୁନୀଲ,ଦୁଇ ପୁତ୍ରବଧୁ ,ଝିଅ,ଜୋଇଁ, ଓ ସମସ୍ତ ନାତି ଓ ନାତୁଣୀଙ୍କ ସମେତ ପରିବାର ବର୍ଗ ଉପସ୍ଥିତଥିଲେ । ତାଙ୍କ ବିୟୋଗରେ ହିଞ୍ଜିଳିକାଟୁ ପୌର ପରିଷଦର ମାନ୍ୟଗଣ୍ୟ ବ୍ୟକ୍ତି ବାସ ଭବନରେ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ଶେଷ ଦର୍ଶନ କରିଥିଲେ । ତାଙ୍କ ଶେଷକୃତ୍ୟ ଶ୍ରୀକ୍ଷେତ୍ର ପୁରୀ ସ୍ୱର୍ଗଦ୍ବାର ଠାରେ ସମ୍ପନ୍ନ ହୋଇଛି ।
ରିପୋର୍ଟ୍ -ଅଜିତ୍ କୁମାର ପଟ୍ଟନାୟକ