ଭଞ୍ଜନଗର, ୧୭/୦୨(ପିପିଟି ):ଓଡ଼ିଶା ପୋଲିସ ହାବିଲଦାର ଏବଂ କନେଷ୍ଟବଳ ସଂଘ ଛତ୍ରପୁର, ଗଞ୍ଜାମ ଶାଖା ପକ୍ଷରୁ ଚଳିତ ବର୍ଷ ପାଇଁ ଆଜି ଜିଲ୍ଲାର ବିଭିନ୍ନ ଥାନାରେ ନିର୍ବାଚନ ଅନୁଷ୍ଠିତ ହେଉଛି।ସେହିପରି ଭଞ୍ଜନଗର ଥାନାରେ ମଧ୍ୟ ପୋଲିଙ୍ଗ ଅଧିକାରୀ ଭାବେ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମତଦାନ ଚାଲିଛି।ସଂଘର ସଭାପତି, ଉପ ସଭାପତି, ସମ୍ପାଦକ, ସହ ସମ୍ପାଦକ, କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ସଭ୍ୟ ଓ କାର୍ଯ୍ୟକାରି ସଭ୍ୟ ପଦବୀ ନିମନ୍ତେ ଅନେକ ପ୍ରତିଦ୍ବନ୍ଦୀ ନିର୍ବାଚନ ଲଢ଼ୁଛନ୍ତି।ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ଥାନାର ମୋଟ ୫୨ଜଣ ଭୋଟରଙ୍କ ମଧ୍ୟରୁ ୫୦ଜଣ ମତଦାନ କରି ସାରିଲେଣି।ମତଦାନ ପରେ ଭୋଟ ବାକ୍ସକୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଛତ୍ରପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ପଠାଯିବ ବୋଲି ଜଣାପଡ଼ିଛି।ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)