ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ।

0 213

ଭଞ୍ଜନଗର, ୧୬/୦୩(ପିପିଟି ):ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ବାଇବାଲି ସେକ୍ସନ ବାଉଁଶ ଖଲିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଗାଈ ଚରାଳିଙ୍କ ମୃତ୍ୟୁ ହୋଇଛି।ମୃତକ ହେଲେ ବାଇବାଲି ଗ୍ରାମ ନୁଆସାହିର କୃପାସିନ୍ଧୁ ସ୍ୱାଇଁ, ବୟସ ୬୫ବର୍ଷ । ଗତକାଲି କୃପା ସିନ୍ଧୁ ଗାଈ ଚରାଇ ବାକୁ ନିକଟରେ ଥିବା ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟାରେ ଗାଇମାନେ ଘରକୁ ଫେରି ଆସିଥିବା ବେଳେ ବୃଦ୍ଧ ଜଣକ ଆଉ ଘରକୁ ଫେରି ନଥିଲେ।ରାତିରେ ଘର ଲୋକେ ଜଙ୍ଗଲକୁ ଯାଇ ବହୁ ଖୋଜା ଖୋଜି କରିବା ପରେ ବର୍ଷା ପବନ ହେବାରୁ ନିରାଶ ହୋଇ ଫେରିଥିଲେ। ଆଜି ସକାଳେ ପରିବାର ଲୋକେ ଉକ୍ତ ଜଙ୍ଗଲରୁ ତାଙ୍କର ମୃତ ଦେହ ଠାବ କରିଥିଲେ।ହାତୀ ଆକ୍ରମଣ କରି ଗୋଡ଼ରେ ଦଳି ଦେଇଥିବାରୁ କୃପାସିନ୍ଧୁଙ୍କ ଶରୀର ର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ରେ ଗଭୀର ଆଘାତ ଲାଗିଥିଲା।ଖବର ପାଇ ଘଟଣା ସ୍ଥଳରେ ବନ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମୃତଦେହକୁ ଭଞ୍ଜନଗର ମେଡ଼ିକାଲ କୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିବା ବେଳେ ଏସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ ନମ୍ବର ୩/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.