ହାତୀଓଟ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ।

0 494

ପୋଲସରା,୧୮/୦୯ (ପିପିଟି) :ସ୍ଥାନୀୟ ହାତୀଓଟ ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଚାରୋଟି ବିଭାଗରୁ ମୋଟ ୩୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ବାଲ ବାଟିକା ବିଭାଗ ରୁ କଣ୍ଢେଇ ଓ ହସ୍ତ କର୍ମ ମେଳା ରେ ଦିବ୍ୟାଂଶୀ ପାଢୀ ୧ମ, ଶୋହନ ଶେଖର ସାହୁ ୨ୟ ଓ ସୃଷ୍ଟି ଜେନା ୩ୟ କ’ବିଭାଗରୁ ଦେବାଂଶୁ ରଥ ୧ମ, ପ୍ରିୟାଲି ସାହୁ୨ୟ,ମୀରା ରାଣୀ ସାହୁ ୩ୟ, ଖ’ବିଭାଗରୁ ଅମ୍ରିତା ରାଣୀ ପ୍ରଧାନ ୧ମ, ପ୍ରିୟାଂଶୁ ଶେଖର ସ୍ୱାଇଁ ୨ୟ,ଆୟୁଷ୍ମାନ ବେହେରା ୩ୟ ସେହିପରି ଗ’ବିଭାଗରୁ ଶୁଭଶ୍ରୀ ଆଚାର୍ଯ୍ୟ ୧ମ, ସନ୍ଦୀପ ଗୌଡ଼ ୨ୟ, ଓ ଅର୍ପିତା ପାତ୍ର ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।ବିଦ୍ୟାଳୟର ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପାତ୍ର ପ୍ରକଳ୍ପ ଉଦ୍ଘାଟନ କରିଥିବାବେଳେ,ସୂର୍ଯ୍ୟକାନ୍ତୀ ଗୁରୁମା,ସୁଜାତା ଗୁରୁମା ଓ ରମାଦେବୀ ଗୁରୁମା ପ୍ରକଳ୍ପ ମୂଲ୍ୟାୟନ କରିଥିଲେ।ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ସାହୁ,ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ସମେତ ସମସ୍ତ ଗୁରୁମା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.