ପୋଲସରା,୧୫/୦୮(ପିପିପି):ହାତୀଓଟ ସ୍ଥିତ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ *୭୯ତମ ସ୍ବାଧିନତା ଦିବସ* ଏଵଂ *ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ* ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଗଙ୍ଗାଧର ସାହୁ ଜାତୀୟ ପତକା ଉତ୍ତୋଳନ କରିଥିଲେ। ଏହି ସମୟରେ ସମ୍ମାନ ସୂଚକ ସାମୁହିକ ଭାବେ ଜାତୀୟ ସଙ୍ଗୀତ ଗାନ କରାଯିବାସହ ଦେଶାତ୍ମକବୋଧ ସ୍ଲୋଗାନ ଦିଆଯାଇଥିଲା।ଏହି ଅବସରରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦ ଏଵଂ ସଭାପତି ଗଙ୍ଗାଧର ସାହୁ ଉଭୟେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଧୀନ ଦିବସର ଅନୁଚିନ୍ତା ଉପରେ ମାର୍ଗଦର୍ଶନ କରିଥିଲେ। ଏଥି ସହିତ କୋଷାଧ୍ୟକ୍ଷ କୁମୁଦ ଚନ୍ଦ୍ର ଦାଶ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥିଲେ। ଇତ୍ୟବସରରେ ଅନୁଷ୍ଠାନର ଶିଶୁ ମାନେ ନିଜକୁ ଭାରତ ମାତା,ଗାନ୍ଧୀ ,ନେହେରୁ,ସୁଭାଷ, ଲକ୍ଷ୍ମୀ ବାଇ ତଥା ଶ୍ରୀକୃଷ୍ଣ,ରାଧା,ନନ୍ଦ, ଯଶୋଦା,ସୁଦାମ,ଗୋପାଳ ଆଦି ବେଶରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ।ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାରଣା ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ନନ୍ଦଙ୍କ ସମେତ ସମସ୍ତ ଗରୁମା ,ମାଉସୀ ମା ଏବଂ ବାହନ ପ୍ରମୁଖ ଭାଇ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ। ଉଭୟ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟକ୍ରମେ ସ୍ଵାଧୀନତା ଦିବସ ରାଲି ଏଵଂ ଜନ୍ମାଷ୍ଟମୀ ରାଲୀ ଅନୁଷ୍ଠାନ ତରଫରୁ କୁନିକୁନି ଛାତ୍ରଛାତ୍ରୀମାନେ ସମଗ୍ର ହାତୀଓଟ ଗ୍ରାମ ପରିଭ୍ରମଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା