ପୋଲସରା,୧୩/୦୨ (ପିପିଟି): ପୋଲସରା ବ୍ଲକ୍ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାଶଙ୍କର ଦାସ ସଭାପତିତ୍ବ କରିଥିବା ବେଳେ ପୋଲସରା ବ୍ଳକ୍ ଶିକ୍ଷା ଅଧିକାରୀ ହର୍ଷବାବୁ ଖାଡଙ୍ଗା ମୁଖ୍ୟ ଅତିଥି ଓ ବରିଷ୍ଠ ଶିକ୍ଷାବିତ୍ ମୂରଲୀଧର ନନ୍ଦ ମୁଖ୍ୟ ବକ୍ତା ଏବଂ ହାତୀଓଟ ପଞ୍ଚାୟତ ସରପଞ୍ଚ ରଶ୍ମିତା କୁମାରୀ ସାହୁ, ଆଇନଜୀବୀ ସୁଶାନ୍ତ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରସନ୍ନ କୁମାର ସାହୁ ଓ ପୂର୍ବତନ ସଭାପତି ସନ୍ତୋଷ କୁମାର ମାଝୀ ଭାଟଖାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧନାଥ ବେହେରା, ପିଏମ୍ ଶ୍ରୀ ମା” ଭରାଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ମନ୍ଦାରର ପ୍ରଧାନ ଶିକ୍ଷକ ଅଭିରାମ ବେହେରା, ବାଲ୍ମୀକି ପ୍ରଧାନ, ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ବିଜ୍ଞାନ ଶିକ୍ଷକ ନିରାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଶୁଭକାନ୍ତ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଏବଂ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ୨୦୫ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ଓ ପଦକ ପୁରସ୍କାର ପ୍ରଦାନ କରାଯାଇଥିଲା।ଶେଷରେ ଶିକ୍ଷୟିତ୍ରୀ ସୁଶ୍ରୀ ସୁନିତା କୁମାରୀ ବଡ଼ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଦିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶିକ୍ଷକ ଗଣପତି ସାହୁ ଓ ଶିକ୍ଷୟିତ୍ରୀ ସୁଚିସ୍ମିତା ପାତ୍ର ଉଭୟଙ୍କ ମିଳିତ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଧାର୍ମିକ, ଦେଶାତ୍ମକବୋଧ , ଅତିହ୍ୟ, ସ୍ବଚ୍ଛତା ଓ ଭାଷା ଉପରେ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉଚ୍ଛକୋଟୀର ନୃତ୍ୟ ନାଟକ ଅଭିନୟ ମାଧ୍ୟମରେ ପରିବେଷଣ କରି ପ୍ରସ°ଶା ସାଉଁଟିଥିଲେ। ଶିକ୍ଷକ ରମେଶ ଚନ୍ଦ୍ର ସ୍ବାଇଁ, ସମିର କୁମାର ଦଳାଇ, ସୁଶାନ୍ତ କୁମାର ସ୍ବାଇଁ, ଶିକ୍ଷୟିତ୍ରୀ ସବିତା ରାଉତ, କର୍ମଚାରୀ ଆଶିଷ କୁମାର ପାତ୍ର, ଦୀପକ ପ୍ରଧାନ, ସ୍ବରାଜ ନାଏକ, ପରିଚାଳନା କମିଟି ସଭ୍ୟ/ସଭ୍ୟାବୃନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା