ହାତିଓଟ ଓଏଭିରେ “ବେଟି ବଚାଓ, ବେଟି ପଢ଼ାଓ” ସଚେତନତା କାର୍ଯ୍ୟକ୍ରମ।

0 381

ପୋଲସରା,୦୮/୦୪(ପିପିଟି) :ଆଜି ଗଂଜାମ ଜିଲ୍ଲା ପୋଲସରା ବ୍ଲକରେ ସ୍ଥିତ ହାତିଓଟ ଆଦର୍ଶ ବିଦ୍ୟାଳୟରେ “ବେଟି ବଚାଓ,ବେଟି ପଢ଼ାଓ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ତ୍ରିଲୋଚନ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରୀ ଉକ୍ତର୍ଷା ପ୍ରଧାନଙ୍କ ମାତା ଲକ୍ଷ୍ମୀ ସାହୁ ଯୋଗଦେଇ ବାଳିକା ମାନଙ୍କର ଉତ୍ତମ ଶିକ୍ଷା ଏଵଂ ଭବିଷ୍ୟତ ଉଜ୍ଜ୍ୱଳ ଦିଗ ଉପରେ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିବା ସହ ମୋର ଝିଅ ମୋ ପାଇଁ ଗର୍ବ ଅଟେ ବୋଲି କହି ଉପସ୍ଥିତ ଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ଛାତ୍ରୀମାନଙ୍କୁ ନେଇ ଏକ ରାଲି ବାହାର କରାଯାଇ ହାତୀଓଟ ଗ୍ରାମବାସିନ୍ଦାଙ୍କୁ ସଚେତନ କରାଯାଇଥିଲା। ଶିକ୍ଷୟତ୍ରୀ ଶ୍ରାବଣୀ ସାହୁ ଓ ଶିକ୍ଷୟତ୍ରୀ ଈଶ୍ବରୀ ସାହୁ ଉଭୟେ ସୁଚାରୁରୁପେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.