ହାତରୁ ଖାଇ,ଘୋଡ଼ା ଆଗରେ ଧାଇଁବା ।

0 120

ଗଞ୍ଜାମ ରେ ଏକ ପ୍ରବାଦ ରହିଛି:- ହାତରୁ ଖାଇ, ଘୋଡା ଆଗରେ ଧାଇଁବା । ଅର୍ଥାତ ବିନା ପାରିଶ୍ରମିକରେ ବେଠି ଖଟିବା । ଭାରତ ସ୍ବାଧୀନ ହେବାର ହେବାର ୭୮ ବର୍ଷ ବା ସମ୍ବିଧାନ
ପ୍ରଣୟନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ବେଠି ଖଟିବା
ପରମ୍ପରା ଆଜି ମଧ୍ୟ ପ୍ରଚଳିତ। ବିଶେଷ କରି ସମ୍ବିଧାନଟି ଚାରୋଟି ଖୁଣ୍ଟିଆ ଉପରେ ଠିଆ ହୋଇଛି। ହେଲେ ୪ର୍ଥ ଖୁଣ୍ଟ ଟା
ବୋଧେ ଗଣ ମାଧ୍ୟମ । ଏହି ଗଣମାଧ୍ୟମ ଟି ସବୁରି ଘଟଣା ଓ ଦୁର୍ଘଟଣା କୁ ଲୋକ ଲୋଚନକୁ ଆଣେ। ଖରା, ବର୍ଷା, ଶୀତ ଠାରୁ ଆରମ୍ଭ କରି ପ୍ରକୃତି ବା କୃତ୍ରିମ ଦୁର୍ଘଟଣାକୁ ସ୍ଥାନ କାଳ ପାତ୍ର କୁ ବିବେଚନା କରି ଖବର ପ୍ରସାରିତ କରେ , ଯେଉଁ ମାନେ
କରନ୍ତି, ତନ୍ମଧ୍ୟରୁ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇ ଥାନ୍ତି ସାମ୍ବାଦିକ, ସମସ୍ତ ସୁଖ ଦୁଃଖ ର ଯିଏ ସହଯୋଗୀ, ସମାଜ ର
ଦର୍ପଣ, ସେମାନେ ସବୁ ଦିଗରୁ ଅବହେଳିତ।
ବ୍ଳକ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ଅବା ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସାମ୍ବାଦିକ ମାନେ ବିନା ପାରିଶ୍ରମିକରେ ଖଟନ୍ତି। ଯେଉଁମାନେ ଖବର ସଂସ୍ଥା କରିଛନ୍ତି, ହାତ ଗଣତି ଗଣମାଧ୍ୟମକୁ ଛାଡି ଦେଲେ, ପାରିଶ୍ରମିକ ମିଳେ ନାହିଁ। କିଛି ଗଣ ମାଧ୍ୟମ ବିଜ୍ଞାନ ଉପରେ କମିଶନ ଦିଅନ୍ତି ଏବଂ
ଖବର କାଗଜ ବିକ୍ରି ବଟା ଉପରେ କମିଶନ ପ୍ରଦାନ କରନ୍ତି। କିନ୍ତୁ ବୈଦୁତିକ ଓ ୱେବ୍ କଥା ନ କହିଲେ ଭଲ । ଏଣୁ ସାମ୍ବାଦିକତା ରେ ଜୀଇଁବା କିମ୍ବା ଜୀବିକାର୍ଜନ କରିବା କଷ୍ଟ ସାଧ୍ୟ । ଏଣୁ ବହୁତ ଯୁବ ପିଢ଼ି ସାମ୍ବାଦିକ କ୍ଷେତ୍ରକୁ ଆସି ସାଇଡ ବିଜିନେଷ କରନ୍ତି ବା କିଏ କୌଣସ ବ୍ୟବସାୟରେ ଥାଇ ଗଣମାଧ୍ୟମର ଆକ୍ରୋଶରୁ ସୁରକ୍ଷା ପାଇଁ ସାମ୍ବାଦିକ ହେବାକୁ
ଇଛା କରିଥାନ୍ତି।
ବର୍ତ୍ତମାନ ଦେଖା ଗଲାଣି ଯେ କିଛି ଲୋକ ଏନଜିଓ କରି ଗୁଡାଏ ଦୁର୍ନୀତି ସଂଶ୍ଳୀଷ୍ଟ । ସାମ୍ବାଦିକମାନ ଦାଉରୁ ରକ୍ଷା ପାଇଁ
ସେମାନେ ମଧ୍ୟ ଯେକୌଣସି ଖବର କାଗଜ ହେଉ କି ୱେବ ଚେନାଲରୁ ସାମ୍ବାଦିକ କାର୍ଡ ଖଣ୍ଡେ ହାତେଇ ଫାଇଦା ଉଠାନ୍ତି।
ଆଉ କିଛି ଲୋକ ଠିକାଦାର କାର୍ଯ୍ୟ ପାଇଁ ସାମ୍ବାଦିକ କାର୍ଡ କୁ ଏକ ଅସ୍ତ୍ର କରି ପ୍ରୟୋଗ କରିନ୍ତି। ଆଉ କିଛି ସାମ୍ବାଦିକ ସରକାରୀ ଅନୁଷ୍ଠାନଗୁଡିକ ସପ୍ଲାଏ ସାମଗ୍ରୀ ଯୋଗାଇ ମାଲାମାଲ। ଏତେ ଗଲା ସାମ୍ବାଦିକ କ୍ଷେତ୍ରରେ କିଛି କରିତ୍ କର୍ମାଙ୍କ ଅତି ଚତୁର ବୁଦ୍ଧି। ବାକି ରହିଲା କିଛି ଲୋକ ରାଜନୀତି କରିବା ପାଇଁ ନିଜେ ନିଜେ ମିଡିଆ ହାଉସ୍ କରି ଗଣମାଧ୍ୟମକୁ ବିଭ୍ରାଟ କରିବା। ତେଣୁ ବିଭିନ୍ନ ରାଜନୈତିକ ଦଳରେ ନିଜର ଗଣମାଧ୍ୟମ ରହିଛି। ସେମାନେ କ୍ଷମତାକୁ ଆସିବା ପାଇଁ ମିଛକୁ ସତ ବା ସତକୁ ମିଛ କହି ଗଣ ମାଧ୍ୟମକୁ ଅପବ୍ୟବହାର କରିବା। କିଛି ଶିଳ୍ପପତିଙ୍କ ହାତରେ ମଧ୍ୟ ନିଜର ଗଣମାଧ୍ୟମ ରହିଛି। ଖଣି ଖାଦାନ ଲୁଟିବା ରେ ଏହି ଗଣମାଧ୍ୟମ ଏକ ପ୍ରକାର ଢାଲ । ଆଉ ରହିଲା ଘରୋଇ ଶିକ୍ଷା ଅନୁଷ୍ଠାନ । ଆଜି କାଲି ବିଭିନ୍ନ ପାଠ ପଢିବା ପାଇଁ କୋଟି କୋଟି ବା ଲକ୍ଷ ଲକ୍ଷ
ଡୋନେସନ ଆବଶ୍ୟକ ହେଉଛି। ବର୍ତ୍ତମାନ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଛାତ୍ର ଛାତ୍ରୀମାନଙ୍କୁ ଶୋଷଣ କରୁଛନ୍ତି। ଏଣୁ ପବ୍ଲିକର ଆଇ ୱାସ୍ ପାଇଁ ନିଜସ୍ବ ମିଡିଆ ହାଉସ୍ ଖୋଲି ବଡ ବଡ ବ୍ୟବସାୟ କୁ ସଫଳ କରନ୍ତି। ସେହିପରି ଘରୋଇ ଚିକିତ୍ସାଳୟର ମାଲିକମାନେ ମଧ୍ୟ ମିଡ଼ିଆ କୁ ଅସ୍ତ୍ର ଭାବେ ବ୍ଯବହାର କରନ୍ତି। ତେଣୁ ବର୍ତ୍ତମାନ ର ମିଡିଆ ଅଧିକାଂଶ ନିଜର ସ୍ବାର୍ଥ ପାଇଁ ବ୍ୟବହୃତ। ସମାଜର ସେବାରୁ ପ୍ରାୟତଃ ବିଚ୍ୟୁତ। ଏଣୁ ଆଜି କାଲିକା ଖବରେ ଗୁଡାଏ କଞ୍ଚା ମିଛ ପ୍ରସାର
ହୁଏ। କିଛି ଗଣମାଧ୍ୟମର ମାଲିକ ମାନେ ଖବର ବଦଳରେ ବିଜ୍ଞାପନ ସଂଗ୍ରହ କୁ ଅଧିକ ଗୁରୁତ୍ବ ଦିଅନ୍ତି। ବିଭିନ୍ନ ମେଳା, ମହୋତ୍ସବ,ପର୍ବ ପର୍ବାଣୀ ଆଉ ସ୍ଵନକ୍ଷତ୍ର ପାଇଁ ମୋଟା ଅଙ୍କର ବିଜ୍ଞାନ ସଂଗ୍ରହ ପାଇଁ ଟାର୍ଗେଟ ଦିଅନ୍ତି। ବିଚାରା ସାମ୍ବାଦିକ ମାଲିକଙ୍କ କୋପଦୃଷ୍ଟି ରୁ ତ୍ରାହି ପାଇଁ ଅନିଚ୍ଛା ସତ୍ତ୍ବେ ୟାକୁ ତାକୁ
ଅନୁରୋଧ କରେ ଏବଂ କିଛି ସଫଳ, ବିଫଳ ରେ ନିଜର ସାମ୍ବାଦିକ କାର୍ଡ ଖଣ୍ଡିକ ସୁରକ୍ଷା ପାଇଁ ପ୍ରୟାସ ଜାରି ରଖେ। ନତୁବା ସାମ୍ବାଦିକତା କାର୍ଡ ଖଣ୍ଡିକ ନିଜ ହାତରୁ ଖସିଯିବାର ବହୁତ ଚାନସ୍ ରହିଛି। ଏମିତି ତୁ ତୁ ମେଁ ମେଁ ରେ ଅନେକ ସମ୍ବାଦକ ଗଣମାଧ୍ୟମ ସଂସ୍ଥାରୁ ବିଦାୟ ନେଇଛନ୍ତି।ଆଉ କିଛି
ମାଲିକ ନିର୍ଦ୍ଦେଶ ଦିଅନ୍ତି, ଯଦି କୌଣସି ସଂସ୍ଥା ବିଜ୍ଞାନ ଦେବାକୁ
ମନା କରେ ମିଛ ସତ ଖବର ଛାପ। ତାକୁ ବଦନାମ କର। ଏହା ବି ହେଉଛି। ବିନା ମେଘରେ ବଜ୍ରପାତ ହେଉଛି। ଓଲଟା ସିଧା ଖବର ପ୍ରସାରିତ ହେଉଛି। ବିଚାରା ସାମ୍ବାଦିକ କରିବ କ’ଣ ? ସମ୍ବିଧାନର ୧୯ ଧାରାରେ ଯେଉଁ ବାକ୍ ସ୍ବାଧୀନତା କଥା
ଉଲ୍ଲେଖ ରହିଛି, ତାକୁ ଖୋଲାଖୋଲି ଉଲଂଘନ ହେଉଛି। ବିଗତ ସରକାର ସମୟରେ ସବୁ ଜିଲ୍ଲା ଗୁଡିକୁ ସୂଚନା ଓ ପ୍ରସାରଣ ବିଭାଗ ନିର୍ଦ୍ଦେଶ କଲେ ଯେ ଜିଲ୍ଲା ସ୍ତରୀୟ ବିଜ୍ଞାନଗଡିକ ପି.ଆର ବିଭାଗକୁ ପଠାଇବ। ଜିଲ୍ଲା ସ୍ତରୀୟ ବିଜ୍ଞାନ ସ୍ଥାନୀୟ ସାମ୍ବାଦିକମାନଙ୍କୁ ଦେବ ନାହିଁ। ଏଣୁ ସାମ୍ବାଦିକ ମାନେ ପୂର୍ବରୁ ଯେଉଁ ଟେଣ୍ଡର ନୋଟିସ ଗୁଡିକ ପାଉଥିଲେ ବା ଅନ୍ୟାନ୍ୟ ବିଜ୍ଞାନ ପାଉଥିଲେ, ସେଥିରୁ ବଞ୍ଚିତ ହେଲେ। ବର୍ତ୍ତମାନ ମୋହନ ସରକାର ଆସିଲେ ମଧ୍ୟ ପୂର୍ବ ବିଜେଡି ସରକାରଙ୍କ ସାର୍କୁଲର ବଳବତ୍ତର ରହିଛି। ଏଣୁ ଯେଉଁ ସାମ୍ବାଦିକ ମାନେ ବିଜ୍ଞାନରୁ କିଛି କମିଶନ ପାଉଥିଲେ, ସେଥିରୁ ମଧ୍ୟ ବଞ୍ଚିତ। ଏଣୁ ସାମ୍ବାଦିକତା ପେଶା କରି ପାରିବା ପ୍ରତିପୋଷଣ କରିବା କଷ୍ଟ। ଜଣେ ଲୋକ ଖଟିବ, ପାରିଶ୍ରମିକ
ପାଇବ,ଏହା ହେଲା ଶ୍ରମ ଆଇନ କହୁଛି। ସାମ୍ବାଦିକ ମାନେ ସରକାରୀ ଉତ୍ସବ ଠାରୁ ଆରମ୍ଭ କରି ଆନ୍ଦୋଳନ, ବିକ୍ଷୋଭ,ଗଣ ଧାରଣା, ଦାବି ପତ୍ର ପ୍ରଦାନ, ସାମ୍ବାଦିକ ସମ୍ମିଳନୀକୁ ପ୍ରତିଦିନ ଧାଇଁଲେ ମଧ୍ୟ ପାରିଶ୍ରମିକ ନାହିଁ। କେବଳ
ବିସ୍କୁଟ,ଚା’ରେ କାମ ଶେଷ। ଗାଡିରେ ନା ଅଛି ତେଲ,ନା ପେଟରେ ଅଛି ଦାନା। ଏହା ହେଲା ଓଡ଼ିଶାରେ ବାସ୍ତବରେ ସାମ୍ବାଦିକତାକୁ ଯେଉଁମାନେ ପେଶା କରିଛନ୍ତି, ସେମାନଙ୍କ
ବାସ୍ତବ ଚିତ୍ର। ଗତ ରାଜ୍ୟ ସରକାର ୨୪ ବର୍ଷ ଶାସନ ଗାଦିରେ
ଥିଲେ ମଧ୍ୟ ସାମ୍ବାଦିକମାନଙ୍କ ମୌଳିକ ସମସ୍ୟାରୁ ବିଚ୍ୟୁତ ରହିଲେ। କୌଣସି ଦାବି ସାମ୍ବାଦିକମାନ ପୂର୍ଣ୍ଣ ହୋଇ ନାହିଁ।
କେବଳ ଗୋଟିଏ ହେଲଥ୍ କାର୍ଡ ଖଣ୍ଡିକ ଧରାଇ ବାହାସ୍ଫୋଟ
ମାରି ଚାଲିଗଲେ। ବର୍ତ୍ତମାନ ମୋହନ ସରକାର ସାମ୍ବାଦିକ ମାନଙ୍କୁ ଭତ୍ତା ଦେବେ ବୋଲି ଘୋଷଣା କରିଛନ୍ତି। କିଛି ବୃଦ୍ଧ
ସାମ୍ବାଦିକମାନେ ଅପେକ୍ଷା ରତ । ଅନ୍ତତଃ ପକ୍ଷେ ଜୀବନରେ
ବହୁ ସଂଘର୍ଷ ମଧ୍ୟରେ ଢୋକେ ପିଇ, ଦଣ୍ଡେ ଜୀଇଁ ଆସିଥିବା
ବାର୍ଦ୍ଧକ୍ୟ ରେ ଉପନୀତ ହୋଇ ଥିବା ସାମ୍ବାଦିକମାନଙ୍କୁ ଯଦି
କିଛି ଭତ୍ତା ବର୍ତ୍ତମାନ ର ସରକାର ଦେବେ,ଏହା ବଡ ମହତ କାର୍ଯ୍ୟ ହେବ। ଯେଉଁମାନଙ୍କର ଆର୍ଥିକ ସ୍ବଛଳତା ନାହିଁ, ସେମାନଙ୍କୁ ଅଧିକ ଗୁରୁତ୍ବ ଦେବା ଉଚିତ୍। କିନ୍ତୁ ଯେଉଁ ମାନଙ୍କର
ଆର୍ଥିକ ସୁଦୃଢ ରହିଛି ବା ବିଭିନ୍ନ ଲାଭକାରୀ ସଂସ୍ଥାରେ ସଂଶ୍ଳିଷ୍ଟ
ସେମାନଙ୍କୁ ସରକାରୀ ଭତ୍ତାର କିଛି ଆବଶ୍ୟକତା ନାହିଁ। ଯେଉଁ
ସାମ୍ବାଦିକମାନଙ୍କ ଘର ନାହିଁ, ଯେଉଁ ସାମ୍ବାଦିକ ମାନେ ଆର୍ଥିକ କ୍ଷେତ୍ରରେ ଅନଗ୍ରସର, ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ଉଚିତ୍। ନତୁବା ଯେଉଁ ମାନେ ସତ୍ଯ,ସ୍ବଛ,ନିର୍ଭିକ ବା ନିରପେକ୍ଷ ସାମ୍ବାଦିକତା କରି ଜୀବନ କୁ ତିଳ ତିଳ ସମଗ୍ର ସମୟକୁ ସମାଜ ହିତରେ ଆହୂତି ପ୍ରଦାନ କରିଛନ୍ତି, ସେମାନଙ୍କ ଅନ୍ତିମ ଜୀବନ ନିଶ୍ଚିୟ ବିଦ୍ରୋହ କରି ଉଠିବ , ଏଥିରେ ଦ୍ବିମତ ନାହିଁ। ଅନ୍ୟପକ୍ଷରେ ଯେଉଁ ଖବରକାଗଜ ବା ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକମାନଙ୍କୁ ନିଯୁକ୍ତି ଦେଉଛନ୍ତି, ସେମାନେ ପି.ଆର ଡିପାର୍ଟମେଣ୍ଟକୁ ଜଣାଇବା ଆବଶ୍ୟକ ଯେ କେଉଁ ଜିଲ୍ଲାଗୁଡ଼ିକରେ ବା ବ୍ଲକ ଗୁଡିକରେ କିଏ କିଏ ନିଯୁକ୍ତି ପାଇଛନ୍ତି। ସେମାନେ ଙ୍କୁ ସଂପୃକ୍ତ ସଂସ୍ଥା କେତେ ପାରିଶ୍ରମିକ ଦେଉଛି ଅବା ସାମ୍ବାଦିକର ଭରଣ ପୋଷଣ ପାଇଁ ଆର୍ଥିକ ସହାୟତା କ’ଣ ଦେଉଛି। ଏଥି ପାଇଁ
ବିଧାନସଭାରେ ଏକ ନିୟମ ପାରିତ ହେବା ଉଚିତ୍। ବିନା ପାରିଶ୍ରମିକ ବା ଦରମାରେ କୌଣସି ଗଣ ମାଧ୍ୟମ ସଂସ୍ଥା ସାମ୍ବାଦିକ ନିଯୁକ୍ତି କରି ପାରିବ ନାହିଁ ବୋଲି ଏକ ସାର୍କୁଲାର
ଜାରି କରିବା ଆବଶ୍ୟକ। ଫଳରେ ସାମ୍ବାଦିକ ମାନେ ସମ୍ବାଦ ସଂସ୍ଥାର ମାଲିକମାନଙ୍କ ଦ୍ବାରା ଶୋଷଣର ଶିକାର ହୁଅନ୍ତେ
ନାହିଁ। ଏହାବ୍ୟତୀତ ଯେଉଁ ସାମ୍ବାଦିକମାନଙ୍କୁ ସଂସ୍ଥାରୁ
ମନ ଇଛା ବହିସ୍କାର କରୁଛନ୍ତି,କାରଣ ଦର୍ଶାଅ ନୋଟିସ୍ ମଧ୍ୟ
ଜାରି କରିବା ଉଚିତ୍।ଏ ସଂପର୍କରେ ସରକାରଙ୍କ ନିକଟରେ ସୂଚନା ରହିବା ଆବଶ୍ୟକ। ସାମ୍ବାଦିକମାନ ସ୍ବାର୍ଥ ସୁରକ୍ଷା ଲାଗି
ସାମ୍ବିଧାନିକ ବ୍ୟବସ୍ଥାରେ ସେମିତି କିଛି ବିଧି ବା ନୀତି ନିର୍ଦ୍ଧାରଣ ହୋଇ ନାହିଁ। ସୁସ୍ଥ ସମାଜ ଗଠନ ଲାଗି କେନ୍ଦ୍ର ବା ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଆର୍ଥିକ ସମସ୍ଯା ଉପରେ ବିହିତ ପଦକ୍ଷେପ ନେବା ଉଚିତ୍ । ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀମାନେ ନିଜର ଦରମା ବୃଦ୍ଧି
ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଥିବାବେଳେ ବେଳେ ସାମ୍ବାଦିକ ମାନଙ୍କ ଦରମା ସଂପର୍କରେ କେବେ ସାମ୍ବାଦିକ ସଂଘଗୁଡିକ ଆନ୍ଦୋଳନ କରିବା ର ନଜର ନାହିଁ। କିନ୍ତୁ ସାମ୍ବାଦିକମାନଙ୍କ ଭତ୍ତା ପାଇଁ ବାରମ୍ବାର ଦାବି ପତ୍ର ସରକାରଙ୍କୁ
ଅବଗତ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ନାହିଁ।

(କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋହନ:୯୪୩୭୭୭୯୪୪୭

Leave A Reply

Your email address will not be published.