ହାଇୱା – ବାଇକ ମୁହାଁମୁହିଁ ଧକ୍କା ବାଇକ ଚାଳକ ମୃତ,ଜଣେ ଗୁରୁତର।

0 242

ହରଭଙ୍ଗା,୦୯/୧୦: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଚାରିଛକ – ଛତ୍ରଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଲକ୍ଷ୍ମଣପୁର ନିକଟରେ ଗୁରୁବାର ଅପରାହ୍ନ ସମୟରେ ହାଇୱା – ବାଇକ ମଧ୍ୟରେ ମୁହାଁମୁହଁନୀ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ମୃତ ଜଣଙ୍କ ହେଉଛନ୍ତି ହରଭଙ୍ଗା ଥାନା ଅନ୍ତର୍ଗତ ଅଯୋଧ୍ୟା ଗ୍ରାମର ଅମୁଲ୍ୟ ମହାକୁଡ଼ (୨୩) ଵୋଲି ସୂଚନା ମିଳିଛି।ଅନ୍ୟ ଗୁରୁତର ଜଣଙ୍କ ହେଉଛନ୍ତି ଟୁଲୁ କଠାର (୧୭) ବୋଲି ସୂଚନା ମିଳିଛି। ସୂଚନା ମତେ ଏକ ବୁଲେଟ ଯୋଗେ ଅମୁଲ୍ୟ ମହାକୁଡ଼ ଏବଂ ଟୁଲୁ କଠାର ଛତ୍ରଙ୍ଗ ପଟୁ ଚାରିଛକ ଆଡ଼କୁ ଯାଉଥିଲେ, ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ସହିତ ଲକ୍ଷ୍ମଣ ପୁର ନିକଟରେ ମୁହାଁମୁହିଁ ଧକ୍କାରେ ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଚଳେଇଛି।

Leave A Reply

Your email address will not be published.