ଭଞ୍ଜନଗର,୨୪/୧୨(ପିପିଟି): ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପରିସରକୁ ଲାଗି ରହିଥିବା ମରାଠୀ ସାହିର କିଛି ଅଂଶ ଦୀର୍ଘଦିନ ହେଲା ଜବର ଦଖଲକାରୀଙ୍କ କବଜା ରେ ରହିଥିଲା।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗିରହିଥିଲା।ଶୁକ୍ରବାର ପ୍ରଶାସନ ତରଫରୁ ଏହି ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।ଫଳରେ ପ୍ରାୟ ୨୦ଟି ଘରର ପଛ ପାର୍ଶ୍ଵରେ ଚିହ୍ନଟ ହୋଇଥିବା କିଛି ଅଂଶକୁ ଜେସିବି ସାହାଯ୍ୟରେ ଭଙ୍ଗାଯାଇଛି।ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସମେତ ଅନ୍ୟ ଏନ୍ଏସି କର୍ମଚାରୀ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ କରାଯାଇଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )