ବେଲଗୁଣ୍ଠା ,୦୫/୧୨(ପିପିଟି): ନିଜ ଘରେ ଠିଆ ହୋଇଛି ବାଇକ ହେଲେ ସନ୍ଧ୍ୟାରେ ଆସୁଛି ବାଇକ ନଂ ରେ ଚାଲାଣ ମେସେଜ । ତିନିଜଣ ବସିଥିବା ଓ ଚାଳକ ହେଲିମେଟ ପିନ୍ଧିନଥିବା କାରଣରୁ ୧୫୦୦ ଟଙ୍କା ର ଫାଇନ । ଏପରି ମେସେଜ ଦେଖି ବିସ୍ମିତ ହୋଇ ଗଲେ ଗାଡି ମାଲିକ । ଏହାର ଫୋଟ ମଧ୍ୟ ଆସିଗଲା ହେଲେ ଠିକ ସେହି ନଂ ଲାଗିଥିବା ବାଇକ ଟି ଅନ୍ୟ ଗୋଟିଏ ଗାଡି । ଅର୍ଥାତ ଗୋଟିଏ ନଂ ରେ ଚାଲିଛି ଦୁଇଟି ବାଇକ । ହାଇସିକ୍ୟୁରିଟି ନଂ ପ୍ଲେଟ ରେ ମଧ୍ୟ ଏମିତି ହେଲା କେମିତି । ଜଗନ୍ନାଥପ୍ରସାଦ ବ୍ଲକ ଅଢେଇଗାଁ ର ଶଙ୍କର ବିଶୋୟୀ । ଗତ ୧୬ ନଭେମ୍ବର ୨୦୨୩ ରେ ଏକ ପଲସର ୧୫୦ ଯାହାର ନଂ OD 32 J 3499 । ଗତକାଲି ଅର୍ଥାତ ରବିବାର ଦିନ ଏହି ଗାଡିଟି ବୁଗୁଡା ଅଞ୍ଚଳରେ ତିନିଜଣ ବସି ଓ ଚାଳକ ହେଲମେଟ ପିନ୍ଧିନଥିବା କାରଣରୁ ଏହି ଗାଡି ମାଲିକ ଶଙ୍କର ବିଶୋୟୀ ଙ୍କ ମୋବାଇଲ କୁ ମେସେଜ ଆସିଥିଲା । ଫୋଟରୁ ଦେଖିବାରୁ ଜଣା ଯାଇଛି ଯେ ଠିକ ଏହି ନଂ ଲାଗିଥିବା ବାଇକ ଟି ଗୋଟିଏ ହିରୋ ଡିଲେକ୍ସ ଗାଡିର । ଏଥିରୁ ଅନୁମାନ କରାଯାଇଛି ଯେ ଏହି ଗୋଟିଏ ନଂ ରେ ଆଉଗୋଟିଏ ବାଇକ ମଧ୍ୟ ବୁଲୁଚି । ହାଇ ସିକ୍ୟୁରୀଟି ନଂ ପରେ ଏଭଳି କେମିତି ହୋଇ ପାରୁଛ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶଙ୍କର ଏ ସମ୍ପର୍କରେ ଆଜି ବିଭିନ୍ନ ଥାନା ଭଞ୍ଜନଗର ଆର ଟି ଓ ଅଫିସ କୁ ଯାଇ ଘଟଣା ସମର୍କରେ ବୁଝିଛନ୍ତି । ଏହି ଗୋଟିଏ ଘଟଣା ଜଣା ପଡିବା ପରେ ଏମିତି ଆହୁରି ଅନେକ ଗାଡି ବୁଲୁଥାଇ ପାରେ ବୋଲି ଚର୍ଚ୍ଚା ହେଉଛି । ଆଗକୁ ଦେଖିବାର ରହିଲା ପରିବହନ ବିଭାଗ ଓ ହାଇ ସିକ୍ୟୁରୀଟି ନଂ ଏଗୁଡ଼ିକୁ ଧରିବାକୁ କେତେ ସକ୍ଷମ ହେଉଛି ।
ରିପୋର୍ଟ-ସୁଶାନ୍ତ କୁମାର ବେହେରା