ହରଭଙ୍ଗା ବ୍ଲକର ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କୁ ବଦଳି ।

0 204

ହରଭଙ୍ଗା,୨୦/୦୯: ରାଜ୍ୟସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ୧୯ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାବାହାରକୁ ବଦଳି ନିର୍ଦେଶନାମା ଶୁକ୍ରବାର ପ୍ରକାଶ ପାଇଛି। ବିଭାଗୀୟ ପତ୍ର ସଂଖ୍ୟା ୨୧୫୮୬ ଅନୁସାରେ ଏହି ତାଲିକାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ହୋଇଛି। କନିଷ୍ଠ ଯନ୍ତ୍ରୀ ବାବୁଲା ବେହେରାଙ୍କୁ ବୌଦ୍ଧ ରୁ ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ରାଜେଶ କୁମାର ଧୀରଙ୍କୁ ବୌଦ୍ଧରୁ କୋରାପୁଟ ଜିଲ୍ଲାକୁ ବଦଳି କରାଯାଇଛି । ଗତ ଜୁଲାଇ ମାସରେ ରାଜେଶ ଧୀର ବୌଦ୍ଧ ବ୍ଲକରୁ ହରଭଙ୍ଗା ବ୍ଲକକୁ ବଦଳି ହୋଇଆସିଥିବା ବେଳେ ଦୁଇମାସ ନପୂରୁଣୁ ତାଙ୍କର ଜିଲ୍ଲା ବାହାରକୁ କୋରାପୁଟ ବଦଳି କରାଯିବା ଘଟଣା ବୁଝାପଡ଼ୁନାହିଁ । ୧୯ଜଣ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଥିବା ବେଳେ ଏମାନଙ୍କ ପ୍ରତିବଦଳରେ କାହାକୁ ବଦଳି କରାଯାଇନଥିବା ଜଣାପଡିଛି। ଏହା ସହିତ ବି.ଡି.ଓ ମାନଙ୍କୁ ତୁରନ୍ତ ବଦଳି ନିର୍ଦେଶନାମାକୁ ପାଳନ କରି ସେମାନଙ୍କୁ ରିଲିଫ କରିବା ସହିତ ପ୍ରତିବଦଳ ନିଯୁକ୍ତିକୁ ଅପେକ୍ଷା ନକରିବାକୁ ପତ୍ରରେ ସଫା ସଫା ଦର୍ଶାଯାଇଛି ।

Leave A Reply

Your email address will not be published.