ହନୁମାନଙ୍କ ମନ୍ଦିର ପ୍ରତିଷ୍ଠାର ଚତୁର୍ଥ ଦିନରେ ଦେବତା ମହାସ୍ନାନ ଓ ପ୍ରାଣ ପ୍ରତିଷ୍ଠା ।

0 230

ବ୍ରହ୍ମପୁର,୧୪/୦୨(ପିପିଟି): ସ୍ଥାନୀୟ ଗୋଷାଣୀନୂଆଗାଁ ନେହେରୁ ନଗର-୧୦ମ ଲାଇନ୍ ଠାରେ ବହୁ ପ୍ରତିକ୍ଷୀତ ବୀର ବଜରଙ୍ଗ ବାଲି ହନୁମାନଙ୍କ ପାଞ୍ଚ ଦିନ ବ୍ଯାପି ଆରମ୍ଭ ହୋଇଥିବା ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବର ଚତୁର୍ଥ ଦିବସ ବୁଧବାର ଦିନ ଦେବତା ମହାସ୍ନାନ ଓ ପ୍ରାଣ ପ୍ରତିଷ୍ଠା ମହାସମାରୋହରେ ପଣ୍ଡିତ ତ୍ରିଲୋଚନ ପାଠି ଶର୍ମାଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିବାବେଳେ ବିଶିଷ୍ଟ ସମାଜସେବୀ ତଥା ମନ୍ଦିର ପରିଚାଳନା କମିଟି ମୁଖ୍ୟ ଟୁନା ପାଣିଗ୍ରାହୀଙ୍କ ଦ୍ବାରା ପରିଚାଳିତ ହୋଇ ଯାଇଛି।

ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନ କଳସଯାତ୍ରା ସହ ଦୀକ୍ଷା ଗ୍ରହଣ, ଦ୍ଵିତୀୟ ଦିନରେ ବନଯାଗ ଓ ରତ୍ନମୁଦ୍ରା ପ୍ରତିଷ୍ଠା, ତୃତୀୟ ଦିନରେ ଅଧିବାସ କର୍ମାରମ୍ଭ ହୋଇଥିଲା।
ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁମାନେ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ । ସୂଚାରୁ ଭାବେ ଏହି କାର୍ଯ୍ୟକ୍ରମ ହୋଇ ଆସୁଥିବା ଯୋଗୁଁ ସ୍ଥାନୀୟ ଓ ଆଖପାଖ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।
କାର୍ଯ୍ୟକ୍ରମକୁ ସଭପତି ରିଟୁ ପଣ୍ଡା, ଉପ-ସଭାପତି ଅଜିତ ରାଉଳ, ସମ୍ପାଦକ ଟୁକୁନା ପାଢ଼ୀ ସମେତ ପ୍ରମୋଦ ସାହୁ,ଟୁକୁ ଦଳାଇ,ବାବୁଲା ସେଠୀ,ଦୁର୍ଗା ପ୍ରସାଦ ସାହୁ,ଶ୍ରୀନିବାସ ପାତ୍ର,ସନ୍ତୋଷ ପାଣିଗ୍ରାହୀ,କୃଷ୍ଣା ପଢ଼ିଆଳି,କୈଳାଶ ପାଢ଼ୀ ଏବଂ ମନ୍ଦିର ଉନ୍ନୟନ ଓ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Leave A Reply

Your email address will not be published.