ହତ୍ୟା ଧମକ ଦେଇ ଅଭିଯୁକ୍ତ ଗିରଫ; ଦେଶୀ ବନ୍ଧୁକ ଜବତ ।

0 254

ଭଞ୍ଜନଗର,୧୩/୦୪(ପିପିଟି) : ଭଞ୍ଜନଗର ପୋଲିସ ରବିବାର ବାଇବାଲି ହରିଜନ ସାହିର ପଞ୍ଚାନନ ନାଇକଙ୍କୁ ହତ୍ୟା ଧମକ ମାମଲାରେ ଗିରଫ କରିଛି। ଏଥିସହ ତାଙ୍କଠାରୁ ପୋଲିସ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିବାରେ ସକ୍ଷମ ହୋଇଛି। ପଞ୍ଚାନନକୁ ଆସନ୍ତା କାଲି ଭଞ୍ଜନଗର କୋର୍ଟ ଚାଲାଣ କରାଯିବ।ଘଟଣାରୁ ପ୍ରକାଶ ଯେ, ବାଇବାଲିର ଉଦୟ ନାଇକ ଓ ପଞ୍ଚାନନ ମଧ୍ଯରେ ପୂର୍ବରୁ ଉଦୟ ରହୁଥ‌ିବା ଘରକୁ ନେଇ ବିବାଦ ଉପୁଜିଥିଲା । ଗତକାଲି ପଞ୍ଚାନନ ଉଦୟଙ୍କ ଘରକୁ ବନ୍ଧୁକ ଧରି ଯାଇ ତାକୁ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ହତ୍ୟା କରିବ କହି ଘରୁ ବାହାରି ଯିବାକୁ ଧମକ ଦେଇଥିଲେ। ଯାହାକୁ ନେଇ ଉଦୟ ପରିବାର ଆତଙ୍କିତ ଅବସ୍ଥାରେ ରହିଥିଲେ। ଏହାପରେ ଗତକାଲି ରାତିରେ ଉଦୟ ଭଞ୍ଜନଗର ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଆର୍ମସ ଆକ୍ଟରେ କେସ ନଂ ୩୮୫/୨୫ରେ ଏକ ମାମଲା ରୁଜୁ କରି ରବିବାର ଅଭିଯୁକ୍ତ ପଞ୍ଚାନନଙ୍କୁ ଗିରଫ କରିଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.