କୋଦଳା,୩୦/୦୯(ପିପିଟି): ଆଜି କୋଦଳା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ଦ୍ୱାରା ଜଣେ ହତ୍ୟା ଅପରାଧୀ ସଶ୍ରାମ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜଣାପଡ଼ିଛି । ଦଣ୍ଡାଦେଶ ଶୁଣାଇଲେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ବିଶ୍ୱରଞ୍ଜନ ବେହେରା । ଏଡିଜେ କୋର୍ଟ ସୂଚନା ପ୍ରକାରେ ଧରାକୋଟ ଥାନା ଅନ୍ତର୍ଗତ ପୋଡାପାଲି ଗ୍ରାମର ମୃତ କୃଷ୍ଣ ନାହାକଙ୍କ ପୁତ୍ର ଶଙ୍କର ନାହାକ ପରକୀୟା ପ୍ରୀତି ସମ୍ପର୍କ ରଖି ଉକ୍ତ ମହିଳାଙ୍କ ସହିତ ମିଶି ନିଜ ସ୍ତ୍ରୀଙ୍କୁ ହତ୍ୟାକରୀ ଅର୍ଜୁନପଲି ରାସ୍ତା ଠାରେ ଫିଙ୍ଗିଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଖବର ପାଇ ସେହି ମୃତ ଶରୀରକୁ ପୋଲିସ ଉଦ୍ଧାର କରିବା ସହିତ ନିଜ ଆଡୁ ମକଦ୍ଦମା ୠଜୁକରି ଶଙ୍କର ନାହାକଙ୍କୁ ଗିରଫ କରିବାରେ ସଫଳ ହୋଇ ୩୦୨,୨୦୧ ଓ ୩୪ ଆଇପିସି ଧାରା ରେ କେଶ ନଂ ୩୬/୨୦୨୧ ପ୍ରକାରେ କାରାଗାରକୁ ପଠାଇଥିଲେ । ବର୍ତ୍ତମାନ କାରାଶ୍ରାମ ଭୋଗୁଥିବ । ଶଙ୍କର ନାହାକଙ୍କୁ କୋଦଳା ଅତିରିକ୍ତ ଜିଲ୍ଲା ଜଜକୋର୍ଟ ନିଜର ଶୁଣାଣି କରି ୨୦୦୦୦ ଟଙ୍କା ଜୋରିମାନା ସହିତ ଆଜୀବନ ସାଶ୍ରାମ କାରାଦଣ୍ଡ ଶୁଣାଇଥିବା ବେଳେ ଧାରା ୨୦୧ ରେ ଦୁଇବର୍ଷ ସାଶ୍ରାମ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜୋରିମାନା ପକାଇଥିଲେ, ଅନାଦେୟ ପୁଣି ଏକ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ଏବଂ ଉକ୍ତ ମହିଳାଙ୍କୁ ନିର୍ଦ୍ଦୋଷ ରେ ଖଲାସ କରିଥିଲେ । ଆଜିର ଏହି ଗୁରୁତ୍ୱ ପୂର୍ଣ୍ଣ ମକଦ୍ଦମାକୁ ଏଡିସନାଲ ପବ୍ଲିକ ପ୍ରଶି୍କୁଟର ସୁବାଷ ଚନ୍ଦ୍ର ସାହୁ ପରିଚାଳନା କରୁଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)