ହଜିଯାଇଛି ମୁଁ,ମୋ ଭିତରେ ନାଟକ ମଞ୍ଚସ୍ଥ ।

0 326

ଭଞ୍ଜନଗର,୧୫/୦୩(ପିପିଟି):ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଶୁକ୍ରବାର ନାଟକ ‘ ହଜି ଯାଇଛି ମୁଁ ମୋ ଭିତରେ’ମଞ୍ଚସ୍ଥ ହୋଇଛି। ଏହାକୁ ବରିଷ୍ଠ ଲେଖକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼ କମ୍ବୁପାଣି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ବସନ୍ତ ପାତ୍ର, ଆଗାମୀ ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ,ନିର୍ଦ୍ଦେଶକ
ଅଭିମନ୍ୟୁ ବିଷୋୟୀ, ନାଟକର ଲେଖକ ଗଙ୍ଗାଧର ବିଷୋୟୀ, ତୋଫାନ କଳା ସଂସଦର ସଭାପତି ଗରିବ ସାଇଁ, ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ, ଉପଦେଷ୍ଟା ଲକ୍ଷ୍ମୀଧର ଗୌଡ, ଉପ ସଭାପତି ଅଶୋକ ମହାରଣା, ସହ ସମ୍ପାଦକ ପ୍ରଦୀପ ସାସମଲ, କୋଷାଧ୍ୟକ୍ଷ ବସନ୍ତ ପାତ୍ର, ବାବୁଲି ରଥ, ଗଜେନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଲଣ୍ଡେଇ ସାହି ସହର ଉପକଣ୍ଠ ହୋଇଥିଲେ ମଧ୍ୟ ଭଞ୍ଜନଗର ସହରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟ ଅତିଥି କହିଥିଲେ। ତୋଫାନ କଳା ସଂସଦ ଗଠନ ହେବାର ଆଜକୁ ୪୦ ବର୍ଷ ହୋଇଯାଇଛି । ସଂସଦର ଲକ୍ଷ୍ୟ ଥିଲା ମଞ୍ଚ ନାଟକକୁ ବଞ୍ଚାଇ ରଖିବା। ଦୀର୍ଘ ୨୦ ବର୍ଷ ପରେ ମଞ୍ଚ ନାଟକ ବିଭିନ୍ନ କାରଣ ଯୋଗୁ ବନ୍ଦ ହୋଇ ଯାଇଥିଲା । ବର୍ତ୍ତମାନ କଳାକାରମାନେ ପୁଣି ନାଟକ ମଞ୍ଚସ୍ଥ କରି ପୁରୁଣା ସ୍ମୃତିକୁ ବଜାୟ ରଖିଛନ୍ତି।ଆଜି ବି ସହରୀ ସଭ୍ୟତା ଠାରୁ ଦୂରେଇ ଯାଇନି ମଞ୍ଚ ନାଟକ ବୋଲି ଅତିଥି ମାନେ କହିଥିଲେ। ଆଗାମୀ ଦିନରେ ଅଧିକ ନାଟକ ମଞ୍ଚସ୍ଥ ପାଇଁ ପଦକ୍ଷେପ ନିଆଯିବ ବୋଲି କଳାକାର ଜୟକୃଷ୍ଣ ପଟ୍ଟନାୟକ ଏଠାରେ ସୂଚନା ଦେଇଛନ୍ତି। ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ରବି ଦାସ, ନାରାୟଣ ମହାରଣା ପ୍ରମୁଖ କଳାକାରଙ୍କୁ ଅତିଥି ମାନକ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରସନ୍ନ ପ୍ରଧାନ,ନାରାୟଣ ନନ୍ଦ, ଭଗବାନ ଭୂୟାଁ, ପ୍ରଶାନ୍ତ ବିଷୋୟୀ, ପ୍ରଜିତ୍‌ ବାରିକ,ପିଣ୍ଟୁ ବାରିକ,ରବି ଗୌଡ଼, ଆଦି କନ୍ଦ ଗୌଡ଼
ପ୍ରମୁଖ ସହଯୋଗ କରିଥିଲେ।ସ୍ଥାନୀୟ କଳାକାରଙ୍କ ଦ୍ବାରା ଦୀର୍ଘଦିନ ପରେ ଏଭଳି ଏକ ପ୍ରଶଂସିତ ମଞ୍ଚ ନାଟକ ପରିବେଷଣ କରାଯାଇଥିବାରୁ ଦର୍ଶକମାନେ ଏହାକୁ ମନଭରି ଉପଭୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.