ହିଞ୍ଜିଳିକାଟୁ ,୧୦/୧୧(ପିପିଟି) ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳି ବ୍ଲକ୍ ଏବଂ ହିଞ୍ଜିଳିକାଟୁ ପୌରାଞ୍ଚଳ ର ମିଳିତରେ ହଜାର ହଜାର ବିଜେଡ଼ି ସମର୍ଥକ ଏବଂ କାର୍ଯ୍ୟକର୍ତ୍ତାଙ୍କ ଭିଡ ମଧ୍ୟରେ ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ମିନି ଷ୍ଟାଡିଅମ ଠାରୁ ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ଆରମ୍ଭ ହୋଇ ପୌର ପରିଷଦର ପାଟଣା ସାହି, ପରିବା ବଜାର, ଥାନା ସାହି, ରମୁଣିସାହି ,ରଜା ସାହି ଦେଇ ହିଞ୍ଜିଳି କାଟୁ ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲା । ହିଞ୍ଜିଳି କାଟୁ ବସଷ୍ଟାଣ୍ଡ ଠାରେ ବିରାଟ ସମାବେଶ ଦେଖି ବିରୋଧୀ ଦଳ ଛାନିଆ ହୋଇଥିବା ଦେଖିବାକୁ ମିଳିଛି I ଜିଲ୍ଲା ପରିଷଦ ବିଧାୟକଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଆଜିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ, ବିଧାୟକଙ୍କ ପୌରପାରିଷଦ ପ୍ରତିନିଧି ପ୍ୟାରୀ ମୋହନ ପାଢୀ, ପୌରପାରିଷଦ ଅଧକ୍ଷ ସୁଭାଷ ଚନ୍ଦ୍ର ପଲେଇ, ଉପାଧକ୍ଷା ସୁଚିତ୍ରା ପଣ୍ଡା, ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ଏଳା ସୁଦର୍ଶନ,ବ୍ଲକ୍ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ,ରୋଗୀ କଲ୍ୟାଣ ସମିତି ସଭାପତି ନୀଳମଣି ପଟ୍ଟନାୟକ,ମ୍ୟୁନିସିପାଲଟି ବିଜେଡ଼ି ନଗର ସଭାପତି ହୃଦୟନନ୍ଦ ମହାପାତ୍ର, ବିଜେଡ଼ି ବରିଷ୍ଠ ନେତା ଅଜୟ ମହାରଣା, ପ୍ରଦୀପ ପଣ୍ଡା, ବିଜେଡି ବ୍ଲକ ସଭାପତି ଡୁରା ମହାନ୍ତି, ଶେରଗଡ଼ ଓ ହିଞ୍ଜିଳି ବ୍ଲକ୍ ର ସମସ୍ତ ଦଳିଅ ପଦାଧିକାରୀ , ସମର୍ଥକ ଏବଂ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ନେଇ ବିରୋଧୀ ଦଳ ଉପରେ ବର୍ଷିବା ସହ ନିର୍ବାଚନ ସମୟରେ ଦିଆ ଯାଇଥିବା ପ୍ରତିଶୁତି କୁ ରାଜ୍ୟ ସରକାର କେବେ ପୁରଣ କରିବେ ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଦିନକୁ ଦିନ ଶାସକ ଦଳର କାର୍ଯ୍ୟ କୂ ନେଇ ଜନସାଧାରଣର ଅସନ୍ତୋଷ ମନୋଭାବ ଦେଖିବାକୁ ମିଳିଛି ।
ରିପୋର୍ଟ୍ -ଅଜିତ କୁମାର ପଟ୍ଟନାୟକ