ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଅନୁଦାନ ଦାବିକଲେ ଆସିକା ସାଂସଦ ।

0 293

ପୋଲସରା,୧୩/୦୩(ପିପିଟି) :ନିଜ ସଂସଦୀୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନ ଦାବୀ କରିଛନ୍ତି ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ |ସଂସଦର ଚଳିତ ଅଧିବେଶନରେ ଏ ସଂକ୍ରାନ୍ତୀୟ ଆଲୋଚନାରେ ଭାଗନେଇ ସେ ଏଥିନିମନ୍ତେ ଦୁଇଶହ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଦାବୀ କରିଛନ୍ତି । ଗତ ସରକାରରେ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ଅବସ୍ଥାରେ ଥିଲା । ଏପରିକି ନିଜ ସଂସଦୀୟ କ୍ଷେତ୍ରର କିଛି ଅଞ୍ଚଳର ରୋଗୀଙ୍କୁ ସାଧାରଣ ଚିକିତ୍ସା ନିମନ୍ତେ ଶହେ କିଲୋମିଟର ଦୂର ବ୍ରହ୍ମପୁର ଯିବାକୁ ପଡୁଛି ।ବର୍ତ୍ତମାନ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବାରୁ ନିଜ ସଂସଦୀୟ କ୍ଷେତ୍ରର ରୋଗୀଙ୍କୁ ଆପାତଃକାଳୀନ ଉନ୍ନତ ସେବା ଉପଲବ୍ଧ କରାଇବାପାଇଁ ନିଜସଂସଦୀୟ କ୍ଷେତ୍ରର କେନ୍ଦ୍ର ସ୍ଥଳରେ ଏକ ଅତ୍ୟାଧୁନିକ ନିଦାନକେନ୍ଦ୍ର ନିର୍ମାଣ ସହିତ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ର ନିର୍ମାଣ କରିବାପାଇଁ ଦାବୀ ରଖିଛନ୍ତି ସାଂସଦ ଅନୀତା ଶୁଭଦର୍ଶିନୀ ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.