ବେଲଗୁଣ୍ଠା ,୧୨/୦୧(ପିପିଟି):ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ଯୁବ ଦିବସ ପାଳନ ଅବସରରେ ବିଶ୍ଵ ବିଜୟୀ ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ପାଳନ ମହସମରୋହ ରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପ୍ରାତଃ ରେ ସ୍ୱାମୀ ଜୀ ଙ୍କ ଗୁଣ ଗାନ କରି ଏକ ବିଶାଳ ରାଲି ସହିତ ନଗର ପରିକ୍ରମା କରିଥିଲେ । ଏହି ମଧ୍ୟରେ ଜନସାଧାରଣ ଙ୍କ ପାଖରେ ସ୍ୱାମୀ ଙ୍କ ଦିବ୍ୟ ବାଣି ଗୁଡିକ ପ୍ରଚାର ପ୍ରସାର କରିଥିଲେ । ଏହି ଅବସରରେ ମାନବ ସେବା ହିଁ ମାଧବ ସେବା ଉକ୍ତି କୁ ନଜରରେ ରଖି ଅନୁଷ୍ଠାନ ରେ ଏକ ସେବା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା ଯେଉଁ ଥିରେ କି ପୁର୍ବରୁ ସଂଗ୍ରହ କରାଯାଇଥିବା ବସ୍ତ୍ର, ଛତା, ଯୋତା, ବାସନ କୁସନ ଇତ୍ୟାଦି ଗରିବ, ଦିବ୍ୟାଙ୍ଗ ଓ ଆବଶ୍ୟକ ମନେ କରୁଥିବା ଜନସାଧାରଣ ଙ୍କ ମଧ୍ୟରେ ବିତରଣ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ର ସମ୍ପାଦକ ଶିଶୁ ମାନେ କିପରି ସ୍ୱାମୀ ଯି ଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହେବେ ତାହା ମତ ପ୍ରଦାନ୍ କରିଥିଲେ। ପ୍ରଧାନ ଆଚର୍ଯ୍ୟା ଶୁଭଶ୍ରୀ ପରିଡ଼ା ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଅନୁଷ୍ଠାନ ର ଗୁରୁଜୀ ଗୁରୁମା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସୁକାନ୍ତ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟ ଯୁବ ଦିବସ ପାଳନ ଅବସରରେ ଅନୁଷ୍ଠାନ ର ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ସେଥିରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଧର୍ୟ୍ଯ, ସାହସ ଓ ବିଶ୍ୱାସ ର ସହିତ ଜିବନ ରେ ଆଗକୁ ବଢ଼ିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ । ଅନୁଷ୍ଠାନ ର କିରାଣୀ ପ୍ରମୋଦ କୁମାର ପ୍ରଧାନ ଶିକ୍ଷା ଜୀବନ ର ଗୋଟିଏ ଅଙ୍ଗ ବୋଲି ମତ ପ୍ରକାଶ କରିଥିଲେ। ଗୀତା ଶ୍ରୀ ସାମନ୍ତ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଓଡ଼ିଆ ଅଧ୍ୟାପିକା ଗୀତାଞ୍ଜଳି ଗୁରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରିପୋର୍ଟ୍ ସୁଶାନ୍ତ କୁମାର ବେହେରା