ସ୍ୱାଧୀନ ପ୍ରାର୍ଥୀ ସୋନାଲି ବିଶି ଙ୍କ ଅଭିନଵ ପ୍ରଚାର ।

0 351

ସୁବର୍ଣ୍ଣପୁର ,୨୫/୦୪(ପିପିଟି):ପ୍ରବଳ ଗ୍ରୀଷ୍ମପ୍ରବାହ ଠାରୁ ବଳିପଡୁଛି ନିର୍ବାଚନୀ ଉଷ୍ମତା। ନିଜ ସପକ୍ଷରେ ଭୋଟ ଯୋଗାଡ଼ କରିଵାକୁ ଯାଇ ବିଭିନ୍ନ ଦଳର ପ୍ରାର୍ଥୀ ଦିନରାତି ଏକ କରି ବିଭିନ୍ନ ଗ୍ରାମରେ ଭୋଟ ପ୍ରଚାର କରିବା ସହ ସ୍ଥାନେ ସ୍ଥାନେ ମିଶ୍ରଣ ପର୍ବ ଆୟୋଜନ କରି ନିଜ ନିଜ ଦଳ ର ବଳ ଗୋଟାଇବା ରେ ଲାଗିପଡିଛନ୍ତି। ସେହି ପରିପ୍ରେକ୍ଷୀରେ ସୋନପୁର ବିଧାନସଭା ରେ ନବନିର୍ମାଣ କୃଷକ ସଂଗଠନ ର ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଥିବା ଯୁବନେତ୍ରୀ ସୋନାଲି ବିଶି ସୋନପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଥିବା ଅଭାବ ଅସୁବିଧା ସଂପର୍କରେ ଲୋକ ଙ୍କ ଦୃଷ୍ଟି ଆକର୍ଷଣ କରିବାସହ ସରକାର ଚାଷୀ ଙ୍କ କଥାକୁ ଅଣଦେଖା କରି ସେମାନେ ଭୋଗୁଥିବା ବିଭିନ୍ନ ସମସ୍ୟା କୁ ଅଣଦେଖା କରୁଥିବା ସମସ୍ତ ପାର୍ଟି ସରକାର ହେଲାବେକାର ଆମର ଦରକାର ଚାଷୀ ସରକାର ର ନାରାଦେଇ ନିଜ ସପକ୍ଷରେ ଭୋଟଦେବାକୁ ଘରକୁ ଘର ବୁଲି ଭୋଟ ଭିକ୍ଷା ସହ ସେମାନଙ୍କଠାରୁ ଚାଉଳ ଓ କିଛି ଟଙ୍କା ଦେବାପାଇଁ ନିବେଦନ କରୁଛନ୍ତି । ଲୋକେ ମଧ୍ୟ ତାଙ୍କର ଏଭଳି ନିବେଦନ କୁ ବହୁତ ପସନ୍ଦ କରୁଥିବା ଦେଖାଯାଇଛି।ଆମ ପ୍ରତିନିଧି ଙ୍କଏଭଳି କିଛି ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ଇଲେକ୍ଟରାଲ୍ ବୋଣ୍ଡ ମାଧ୍ୟମରେ ବିଭିନ୍ନ ଦଳ ହଜାର ହଜାର କୋଟି ଟଙ୍କା ସଂଗ୍ରହ କରିନିର୍ବାଚନ ଲଢୁଥିବା ବେଳେ ଚାଷୀ ତା ନିଜର କଷ୍ଟ ଉପାର୍ଜିତ କିଛି ଟଙ୍କା ଦାନ ମାଧ୍ୟମରେ ମୋତେ ଦେଇ ଯେଉଁ ଆଶିର୍ବାଦ ଦେଉଛନ୍ତି ଏହା ତାଙ୍କର ବିଜୟ ହୋଇ ସାରିଥିବା ସୋନାଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ର ବ୍ୟୟ ବହୁଳ ନିର୍ବାଚନ ଖର୍ଚ୍ଚ କୁ ସାମ୍ନା କରିବାକୁ ଯାଇ ଏପରି ବିଭିନ୍ନ ଦ୍ୱାର ଦ୍ଵାର ବୁଲି ଅର୍ଥ ଓ ଚାଉଳ ସଂଗ୍ରହ ସହ ଭୋଟ ଭିକ୍ଷା କରି ସେ ନିଶ୍ଚୟ ବିଜୟୀ ହେବାକୁ ଆଶାବାଦୀ ଥିବା ସେ ପ୍ରକାଶ କରିଛନ୍ତି। ଜଣେ ଉଚ୍ଚ ଶିକ୍ଷିତା ଯୁବନେତ୍ରୀ ଏବେ ସମସ୍ତଙ୍କର ପ୍ରଥମ ପସନ୍ଦ ଥିବା ଓ ବିଶେଷ କରି ଯୁବ ଭୋଟର ତାଙ୍କ ପ୍ରଚାର ଶୈଳୀରେ ବିଶେଷ ପ୍ରଭାବିତ ଥିବା ଯୋଗୁଁ ନବାଗତା ସୋନାଲି ଙ୍କ ନିର୍ବାଚନ ପ୍ରଚାର ଯୋଗୁଁ ସେ ଭଲ ଫଳ ପାଇବା ସହ ଚଳିତ ନିର୍ବାଚନରେ ସେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ବିଭିନ୍ନ ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.