ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସମୀକ୍ଷା ସଭା ଅନୁଷ୍ଠିତ ।

0 318

ଭଞ୍ଜନଗର,୧୨/୧୨(ପିପିଟି ):ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସମୀକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଏଡିଏମ ସୁନୀଲ କୁମାର କେର୍କେଟା, ସମ୍ମାନିତ ଅତିଥି ରୂପେ ଏଲଡିଏମ ହିମାଚଳ ସାହୁ, ଭଞ୍ଜନଗର ମୁଖ୍ୟ ଡାକଘର ପୋଷ୍ଟ ମାଷ୍ଟର ଜିତେନ୍ଦ୍ର ସ୍ୱାଇଁ, ଏଡିଏସ ଓ ଏଫଏସ ଏଡିଏଫଏସ ସୁଦାମ କୁମାର ସ୍ୱାଇଁ, ଏଡି ଏଫଏସ ଓ ଏସଓ ଲୋପମୁଦ୍ରା ପଣ୍ଡା, ଭଞ୍ଜନଗର ଉପଜିଲ୍ଲାପାଳ ଉମାସଙ୍କର ବେହେରା, ବିଡ଼ିଓ ଭାରତୀ ଦେବୀ, ଏଏସପି କିରଣ ମାଳା ପଣ୍ଡା ଯୋଗ ଦେଇଥିଲେ।ଆର୍ଥିକ ସଞ୍ଚୟ ମଣିଷର ଆବଶ୍ୟକତା ଅସମୟ ରେ ସାହାଯ୍ୟ କରିଥାଏ।ତେଣୁ ଡାକ ବିଭାଗ ପକ୍ଷରୁ ବିଭିନ୍ନ ସଞ୍ଚୟ ଯୋଜନା କାର୍ଯ୍ୟକାରୀ କରାଯାଇଛି।ଅତିଥିମାନେ ସେସବୁ ଲାଭଦାୟକ ଯୋଜନା ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ରେ ଭଞ୍ଜନଗର ଅଞ୍ଚଳର ବହୁ ଅଭିକର୍ତ୍ତା ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.