ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

0 1

ଭୁବନେଶ୍ୱର, ୦୪/୦୪ (ପିପିଟି):ସ୍ୱଭାବ କବି ଗଙ୍ଗାଧର ମେହେର ହେଉଛନ୍ତି ଓଡିଆ ଜାତିର ଗର୍ବ ଓ ଗୌରବ। ତାଙ୍କର ସାରସ୍ବତ ସାହିତ୍ୟ କୃତି ଓଡିଆ ଭାଷା ଓ ସାହିତ୍ୟ ଜଗତକୁ ୠଦ୍ଧିମନ୍ତ କରିଛି। ସ୍ୱଭାବ କବି ଗଙ୍ଗାଧର ମେହେର ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ଆଦର୍ଶ।

ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସ୍ଵଭାବ କବିଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଆଜି ସ୍ଵଭାବ କବିଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପ-ମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ  ବାବୁ ସିଂ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଶିଷ୍ଟ ରାଜନେତା  ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ସାମ୍ବାଦିକ  ପ୍ରଦ୍ୟୁମ୍ନ ଶତପଥୀ, ଓଡ଼ିଶା ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା, ଉପ ନିର୍ଦ୍ଦେଶକ ଡ଼. ଦେବଯାନୀ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତି ଚାରଣ କରିଛନ୍ତି।

 

Leave A Reply

Your email address will not be published.