ସ୍ୱତନ୍ତ୍ର ଶୀତକାଳୀନ ସେବା ଶିବିର, ପ୍ଲାଷ୍ଟିକ ମୁକ୍ତ ଓଡିଶା ପାଇଁ ଲୋକଙ୍କୁ ସଚେତନ କଲେ ବିଦ୍ୟାର୍ଥୀ ।

0 53

କୋଦଳା,୨୬/୧୨(ପିପିଟି):କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କୁ ନେଇ ପୋଷ୍ୟ ଗ୍ରାମ ଏସ ରାମଚନ୍ଦ୍ର ପୁର ଗ୍ରାମଠାରେ ଚାଲିଥିବା “ସ୍ୱତନ୍ତ୍ର ଶୀତକାଳୀନ ସେବା ଶିବିର “ର ପଞ୍ଚମ ଦିବସ ରେ ସେବା ଶିବିର ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପିକା ସାଗରୀକା ଦାଶଙ୍କ ତତ୍ୱାବଧାନ ରେ ଛାତ୍ରୀ ମାନେ ଗ୍ରାମ ପରିକ୍ରମା କରିବା ସହିତ ପ୍ଲାଷ୍ଟିକ ମୁକ୍ତ ଓ ସ୍ୱଛତା ଉପରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ । ପରେ ପରେ ସେବା ଶିବିର ସ୍ଥାନକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲି, ଅଧ୍ୟାପିକା ରଞ୍ଜୁବାଳା ନନ୍ଦ,ଅଧ୍ୟାପକ ସାଗର ଚାନ୍ଦ ପାତ୍ର,ଡଃ ପ୍ରଦୀପ କୁମାର ପଣ୍ଡା,ଅଧ୍ୟାପିକା ଅପରାଜିତା ପାତ୍ର ଓ ପ୍ରିୟ ଦର୍ଶିନୀ ସାହୁପହଞ୍ଚି ଛାତ୍ରୀ ମାନଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ୫୦ ଛାତ୍ରୀ ଏଥିରେ ରହିଥିବା ବେଳେ ଏହି କାର୍ଯ୍ୟକ୍ରମ ଡିସେମ୍ବର ୨୨ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୨୮ ତାରିଖରେ ଉଦଯାପନୀ ହେବ ବୋଲି ନୋଡାଲ ଅଧିକାରୀ ପ୍ରକାଶ କରିଛନ୍ତି ।

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.