ସ୍ୱଚ୍ଛତା, ନାରୀ ସଶକ୍ତିକରଣ, ଅସ୍ପୃଶ୍ୟତା ଦୂରୀକରଣ ରେ ଶିକ୍ଷା ଦେଇଥାଏ ଲକ୍ଷ୍ମୀ ପୁରାଣ।

0 219

ବୋଲଗଡ଼,୧୦/୧୨(ପିପିଟି): ବଳରାମ ଦାସ ଶୋଡଶ ଶତାବ୍ଦୀ ରେ ସେତେବେଳେ ର ଓଡିଶାର ପ୍ରାକୃତିକ ସ୍ଥିତି ଓ ତତ୍କାଳୀନ ସାମାଜିକ ପରିବେଶ କୁ ବିଶ୍ଳେଷଣ କରି ସୃଷ୍ଟି କରିଥିଲେ ଲକ୍ଷ୍ମୀ ପୁରାଣ। ସମଗ୍ର ସମାଜକୁ ସଦାଚାର ଶିକ୍ଷା ଦେବା ଲକ୍ଷ୍ୟରେ ପ୍ରୟାସ କରିଥିଲେ।ଯାହାକି ଓଡ଼ିଆ ଙ୍କ ପରିବାରରେ ଏହି ଲକ୍ଷ୍ମୀ ପୁରାଣ ଆଦୃତ ହୋଇପାରିଛି। ଏପରି କହିବାକୁ ଗଲେ ଏହି ଲକ୍ଷ୍ମୀ ପୁରାଣ ରେ ନିଶ୍ଚିତ ଭାବରେ ଓଡ଼ିଆମୀ କଥା କହି ଥାଏ। ବିଶେଷ ଭାବରେ ସ୍ୱଚ୍ଛତା, ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦେବା ସହ ଅସ୍ପୃଶ୍ୟତା ବିରୁଦ୍ଧରେ ଏକ ସ୍ୱରତୋଳିବା ରେ ବିଶେଷ ଭୂମିକା ର ବର୍ଣ୍ଣନା ଭାବପୂର୍ଣ୍ଣ ଅଟେ। ଶ୍ରୀ ଜଗନ୍ନାଥ, ଶ୍ରୀବଳରାମ ଙ୍କୁ ମାନବ ଚିତ୍ର ରେ ଅବତାରଣାରେ ଓଡ଼ିଆଙ୍କ ମହାପ୍ରଭୁଙ୍କ ପ୍ରତି ଆତ୍ମୀୟତା ଉଲ୍ଲେଖନୀୟ ଅଟେ। ଓଡ଼ିଶାରେ ଯେଉଁଠି ରହିଥାନ୍ତୁ ପଛେ ନିଶ୍ଚିତ ରୁପେ ମାଣବସା ଗୁରୁବାର ପାଳନ କରିଥାନ୍ତି।

ଏହି ମାଣବସା ପ୍ରତେକ ଓଡ଼ିଆ ଘରେ ଘରେ ମାଣ ଓଷା ନାମରେ ପରିଚିତ ଯାହାକି ଆମ ରାଜ୍ୟରେ ଏହା ଏକ କୃଷି ଭିତ୍ତିକ ପର୍ବ ରୁପେ ପାଳିତ ହୁଏ। ମାର୍ଗଶିର ମାସରେ ଓଡ଼ିଆ ନାରୀ ମାନେ ଏହି ଓଷା ପାଳନ କରିଥାନ୍ତି। ଏହି ଓଷାକୁ ଓଡିଶାର ସମସ୍ତ ଜାତି ର ଲୋକ ମାନେ ପାଳନ କରିଥାନ୍ତି। ଏହି ସମୟରେ ଧନଧାନ୍ୟ,ବାତ୍ସଲ୍ୟ ଏବଂ ଦୟାକ୍ଷମା ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ ପରିକଳ୍ପନା କରାଯାଇ ଘରର ଶ୍ରୀ,ସମୃଦ୍ଧି,ପରିଷ୍କାର ପରିଛନ୍ନତା ପ୍ରତି ଗୁରୁତ୍ୱ ଦିଆଯାଇଥାଏ। ପୂଜା ଘରେ ଧାନକେଣ୍ଡାକୁ ‘ଧାନବେଣୀ’ ରେ ସଜାଯାଇଥାଏ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.