ସ୍ୱଚ୍ଛତା ଅଭିଯାନର ସୈନିକ ସ୍ୱଚ୍ଛ ଭାରତ ସଂଗଠନ ।

0 324

ସୁବର୍ଣ୍ଣପୁର ,୨୮/୦୭(ପିପିଟି) : ପବିତ୍ର ଶ୍ରାବଣ ମାସ ଅବସର ରେ ଆଜି ସ୍ୱଚ୍ଛ ଭାରତ ସଂଗଠନ ତରଫରୁ ସୁବର୍ଣ୍ଣମେରୁ ଶୈବପୀଠ ଠାରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଏହି ଅବସର ରେ ସୋନପୁର ର ବିଭିନ୍ନ ଶୈବ ପୀଠ ରେ ମଧ୍ଯ ବିଗତ ରବିବାର ମାନଙ୍କ ରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଆଜି ଶ୍ରାବଣ ମାସକୁ ଆଖି ଆଗରେ ରଖି ସଫେଇ କାର୍ଯ୍ୟକ୍ରମ କରଯାଇଥିଲା । ଜିଲ୍ଲାର ପ୍ରମୁଖ ଅନୁଷ୍ଠାନ ଭାବେ ପରିଗଣିତ ହେଉଥିବା ଏହି ଅନୁଷ୍ଠାନ ସମସ୍ତ ରବିବାର ତଥା ପର୍ବପର୍ବାଣୀ ପାଳନ ଅବସରରେ କିମ୍ବା କୌଣସି ବି ସେବା କାର୍ଯ୍ୟ ହେଉ ନିଜକୁ ଉସର୍ଗିକୃତ୍ ଭାବେ ସେବା ଯୋଗାଇ ଆସୁଛି ।୨୦୧୪ ରୁ ସହର ର ପ୍ରତି କାର୍ଯକ୍ରମ ରେ ସ୍ୱଚ୍ଛତା କୁ ଜୀବନର ସେବାକୁ ସଂଗଠନ ଏକ ଅଙ୍ଗ ଭାବେ ଗ୍ରହଣ କରି ଆସିଛି । ଜାତି ବର୍ଣ୍ଣ ଧର୍ମ କୁ ପାଥେୟ କରି ସଂଗଠନ ଦୀର୍ଘ୍ ଦଶ ବର୍ଷ ଧରି ଏକ ସଜାଗ ପ୍ରହରୀ ସାଜିଛି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.