ହିଞ୍ଜିଳିକାଟୁ, ୧୩/୧୨(ପିପିଟି ):ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୋୖରାଞ୍ଚଳ ସ୍ଥିତ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଆଇ.କ୍ୟୁ.ଏ.ସି ଅଧୀନରେ ଥିବା ୟାଇ. ଆର.ସି, ଏନ.ଏସ.ଏସ, ଏନ.ସି.ସି, ଓ ଏଚ.ଡି.ଏଫ.ସି ବ୍ୟାଙ୍କ୍,ଆସ୍କା ଶାଖା ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଏବି -୦୧ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଦୀପ କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ମେଡ଼ିକାଲ୍ ଅଫିସର ଡ. ସନ୍ତୋଷ କୁମାର ଷଡ଼ଙ୍ଗୀ ଓ ଭଞ୍ଜନଗର ଚିକିତ୍ସାଳୟର ବ୍ଲଡ଼ ବ୍ୟାଙ୍କ ଅଫିସର ଡ. ଦିଲ୍ଲୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରି ରକ୍ତଦାନ କରିବା ଦ୍ୱାରା ନିଜ ଶରୀର ଓ ସମାଜ ଉପରେ କିପରି ସୁପ୍ରଭାବ ପଡ଼ିଥାଏ ଏବଂ ସଙ୍କଟାପନ୍ନ ଲୋକଙ୍କ ଜୀବନ କିପରି ବଞ୍ଚାଯାଇ ପାରୁଛି ତାହା ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୟାଇ.ଆର.ସି ଅଫିସର ଜିତୁ ମୁଠାମାଝି ଓ ଆଇ.କ୍ୟୁ.ଏ.ସି ପରିଚାଳନାରେ ଭାଗ ନେଇଥିଲେ । କୋଡିନେଟର ଡ. ପ୍ରଫୁଲ୍ଲ କୁମାର ରଥ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରକ୍ତଦାନ ଶିବିରକୁ ସଫଳ ରୂପେ ରୂପାୟନ କରିବାପାଇଁ ସଂଯୋଜନା କରିଥିଲେ ଏଚ.ଡି.ଏଫ.ସି ବ୍ୟାଙ୍କ ଅଫିସର ବାଳକୃଷ୍ଣ ସାର,ୟାଇ.ଆର.ସି ଅଫିସର ଅଧ୍ୟାପକ ପବିତ୍ର କୁମାର ଶବର, ଏନ.ଏସ.ଏସ ଅଫିସର ଅଧ୍ୟାପିକା ସାଇଲଷ୍ମୀ ଆମ୍ବାତି, ଏନ.ସି.ସି ଅଫିସର ଅଧ୍ୟାପକ ଅନିଲ୍ ପାତ୍ର ଏବଂ ସହାୟତାର ହାତ ବଢ଼ାଇଥିଲେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯଥା ପ୍ରଶାସନିକ ଅଧିକାରୀ ଡ. ଲଳିତ ମୋହନ ପଟ୍ଟନାୟକ, ଡ. ସୁଦାମ ସାହୁ, ଡ. ଗୋକୁଳା ନନ୍ଦ ପାତ୍ର, ବିବିଏ & ବିସିଏ ନିର୍ଦ୍ଧେଶକ ଅଶୋକ କୁମାର ତ୍ରିପାଠୀ, ଡ. ପ୍ରଭାସ ଦାଶ, ରାଧାମାଧବ ମହାପାତ୍ର, ପ୍ରତିଭା ସାହୁ, ଝୁମୁରି ପାଢ଼ୀ ସମେତ ବାବାଜୀ ସ୍ୱାଇଁ, ଶ୍ରୀକାନ୍ତ ପାଢ଼ୀ, ନୀଳା ପଣ୍ଡିତ୍, ବବୁଲ ନାୟକ, ଅକ୍ଷୟ ନାୟକ ଏବଂ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନାର ସ୍ବେଛାସେବୀମାନେ ଯୋଗ ଦେଇ ୪୬ ଏକକ ରକ୍ତ ଦାନ କରି ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କକୁ ହସ୍ତାନ୍ତର କରିଥିଲେ ।
ରିପୋର୍ଟ୍ -ଅଜିତ କୁମାର ପଟ୍ଟନାୟକ