ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ।

0 291

ବେଲଗୁଣ୍ଠା ,୧୩/୦୧(ପିପିଟି) : ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ପରିସରରେ ଯୁବ ଦିବସ ଅବସରରେ ବିଶ୍ୱ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି ପ୍ରାତଃରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସ୍ବାମୀଜୀଙ୍କ ଗୁଣଗାନ କରି ଏକ ବିଶାଳ ରାଲି ସହିତ ନଗର ପରିକ୍ରମା କରିଥିଲେ ଏହି ମଧ୍ୟରେ ଜନସାଧାରଣଙ୍କ ପାଖରେ ଦିବ୍ୟ ବାଣୀ ଗୁଡିକ ପ୍ରଚାର ପ୍ରସାର କରିଥିଲେ ଏହି ଅବସରରେ ମାନବ ସେବା ହିଁ ମାଧବ ସେବା ଉକ୍ତିକୁ ନଜରରେ ରଖି ଅନୁଷ୍ଠାନରେ ଏକ ସେବା ମୂଳକ କାର୍ଯ୍ୟକ୍ରମ କରଯାଇଥିଲା ଯେଉଁଥିରେକି ପୂର୍ବରୁ ସଂଗ୍ରହ କରାଯାଇଥିବା ଲୁଗା, ପ୍ୟାଣ୍ଟ,ସାର୍ଟ, ଛତା, ଚପଲ,ବାସନ, ସ୍ୱେଟର ଇତ୍ୟାଦି ଗରିବ ଓ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା ଶିଶୁ ମାନଙ୍କୁ ସ୍ବାମୀଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅନୁଷ୍ଠାନର ଗୁରୁମା ସଂଧ୍ୟା, ପିଙ୍କି, ରୁନି, ସୁଜାତା, ଶୁଭମ୍, ମହାଲକ୍ଷ୍ମୀ, ପୂଜା, ଟୁନି,ମାହେଶ୍ୱରୀ , ମାଧୁରୀ, ସିମ୍ରନ୍, ବିସ୍ମିତl ଗୁରୁଜୀ ସୁକାନ୍ତ, ଶିବରାମ, ସତ୍ୟ, ବସନ୍ତ, ସନ୍ତୋଷ,ଗୁଣ୍ଡିଚା, ନୀଳମାଧବ ପରିଚାଳନାରେ ସହଯୋଗ କରିଥିବା ବେଳେ ସହ ପ୍ରଧାନ ଆଚର୍ଯ୍ୟା ଶୁଭଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.