ସ୍ଵର୍ଗତ ରୁକ୍ମିଣୀ ପଣ୍ଡାଙ୍କ ଦ୍ଵାଦଶାହ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି।

0 233

ପୋଲସରା ,୦୪/୦୨(ପିପିଟି) : ଚଳିତ ମାସ ୩ ତାରିଖ ମଙ୍ଗଳବାର କୃଷ୍ଣ ପକ୍ଷ ତିଥି ଦିବସରେ ଓୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ସଦାଶିବ ପଣ୍ଡାଙ୍କ ମାତା ସ୍ଵର୍ଗତ ରୁକ୍ମିଣୀ ପଣ୍ଡାଙ୍କ ଦ୍ଵାଦଶାହ ପୁଣ୍ୟତିଥି ଦିବସ ପାଳିତ ହୋଇଥିଲା । ପୁରୁଷୋତ୍ତମପୁର ସହର ତାଙ୍କର ବାସଗୃହ ନିକଟସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଖଲିକୋଟ ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଜେଡି ବରିଷ୍ଠ ନେତା ଅଜୁ ମହାରଣା, ପୁରୁଷୋତ୍ତମପୁର ଆଇନଜୀବୀ ସଂଘ ସଭାପତି କୃଷ୍ଣ ଚନ୍ଦ ଗୌଡ଼, ସମ୍ପାଦକ ରବୀନ୍ଦ୍ର ସାହୁ, ଉପସଭାପତି ଦୁର୍ଗାଚରଣ ଦାସ, ସହ-ସମ୍ପାଦକ ଶଶାଙ୍କ ଶେଖର ରାଓ, ଉପେନ୍ଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରଭାତ କୁମାର ଦାସଙ୍କ ସମେତ ଓୟୁଜେ ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ହରିହର ପାତ୍ର, ରାଜ୍ୟ ସଂଘ ସାଙ୍ଗଠନିକ ସମ୍ପାଦକ ଅଶୋକ କୁମାର ମହାଙ୍କୁଡ଼, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ବରିଷ୍ଠ ସଦସ୍ୟ ବାଳକୃଷ୍ଣ ପଟ୍ଟନାୟକ, କ୍ଷେତ୍ରବାସୀ ସାହୁ, କେ. ସୁମିତ୍ରା ପାତ୍ର, କେ. ସନ୍ତୋଷ ପାତ୍ର, ଟି. ଶରତ କୁମାର ସୁବୁଦ୍ଧି, ରୋହିତ ପ୍ରଧାନ, ପିଣ୍ଟୁ ବିଷୋୟୀ ପ୍ରମୁଖ ସାମ୍ବାଦିକମାନେ ଯୋଗଦେଇ ସ୍ଵର୍ଗତ ରୁକ୍ମିଣୀ ପଣ୍ଡାଙ୍କ ଫଟୋରେ ପୁଷ୍ପାଞ୍ଜଳୀ ପୂର୍ବକ ଭାବବିହ୍ଵଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.