ସ୍ଵର୍ଗତ ଆଇନଜୀବି ପ୍ରଦୀପ କୁମାର ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ପୋଲସରା ଓକିଲ ସଂଘର ଶ୍ରଦ୍ଧାଞ୍ଜଳୀ।

0 248

ପୋଲସରା ,୧୮/୧୧(ପିପିଟି):ପୋଲସରା ବ୍ଲକ୍ ମଥୁରା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଆଇନଜୀବି
ସ୍ଵର୍ଗତ ପ୍ରଦୀପ କୁମାର ନାୟକଙ୍କ ଚଳିତ ନଭେମ୍ବର, ମାର୍ଗଶିର ମାସ ରବିବାର ବିଚ୍ଛା ସଂକ୍ରାନ୍ତି ତିଥି ଦିବସରେ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି। ଉକ୍ତ ଗ୍ରାମ ବଡ଼ସାହି ସ୍ଥିତ ବାସଭବନରେ ପରିବାର ତରଫରୁ ଆୟୋଜିତ ସ୍ମୃତିଚାରଣ ସଭାରେ ପୋଲସରା ଓକିଲ ସଂଘର ସଭାପତି କବିରାଜ ଦାଶଙ୍କ ନେତୃତ୍ୱରେ ସଂଘର ସଭ୍ୟ ଓ ସଭ୍ୟାବୃନ୍ଦ ଯୋଗଦେଇଥିଲେ। ପରେ ସ୍ଵର୍ଗତଙ୍କ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ୨ ମିନଟ ନୀରବ ପ୍ରାର୍ଥନା କରାଯିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଦିଆଯାଇଥିଲା। ଏହି ଅବସରରେ ଭକ୍ତିପୂତ ଭାବେ ଶ୍ରଦ୍ଧାଞ୍ଜଳୀ ଦିଆଯିବା ପରେ ସଭାପତି ନିଜର ବକ୍ତବ୍ୟରେ ପ୍ରଦୀପ ଜଣେ ଆଇନଜୀବୀ ସହିତ ଜଣେ ସମାଜସେବୀ ଥିଲେ। ସେ ସରପଞ୍ଚ ଭାବେ ପାଞ୍ଚ ବର୍ଷ କାଳ ନିଜର ଜନ୍ମମାଟି ମଥୁରା ପଞ୍ଚାୟତବାସୀଙ୍କ ପ୍ରତ୍ୟେକ କ୍ଷେତ୍ରରେ ସେବା କରିବାର ସୁଯୋଗ ପାଇଥିଲେ। ଏଭଳୀ ଜଣେ ଓକିଲ ବନ୍ଧୁଙ୍କୁ ହରାଇ ପୋଲସରା ଓକିଲ ସଂଘ ବହୁତ୍ ଦୁଃଖିତ ବୋଲି କହିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ଶ୍ରଦ୍ଧାର୍ଯ୍ୟ କାର୍ଯ୍ୟରେ ପୂର୍ବତନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଆଖପାଖ ଅଂଚଳର ବୁଦ୍ଧିଜୀବୀ,ସମାଜସେବୀ, ଓକିଲବନ୍ଧୁ, ସ୍ୱେଚ୍ଛାସେବୀ ସଂଗଠକମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଦେବାସହିତ ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବାର ଦେଖିବାକୁ ମିଳିଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.