ଖୋର୍ଦ୍ଧା,୦୨/୧୦(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନିକଟସ୍ଥ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟା ଳୟ,ସଂମପୁର ରେ ବୁଧବାର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ସ୍ୱେଚ୍ଛତା ହିଁ ସେବା ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗି ତାରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ପ୍ରାପ୍ତ ବିଦ୍ୟାର୍ଥୀମାନଙ୍କୁ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ପୁରସ୍କୃତ କରିଛନ୍ତି।ବରିଷ୍ଠ ଓ କନିଷ୍ଠ ବିଭାଗ ପ୍ରବନ୍ଧରେଭବସ୍ମିତା ମଙ୍ଗରାଜ,ମଧୁସ୍ମିତା ପ୍ରିୟଦର୍ଶିନୀ ସ୍ଲୋଗାନ ଲିଖନରେ ରାକେଶ କୁମାର ସାହୁ, ସୌମ୍ୟାଶ୍ରୀ ସେନାପତି ବୋଧ ଜ୍ଞାନରେ ଶୁଭଶ୍ରୀ ପଣ୍ଡା,ସୌମ୍ୟାଶ୍ରୀ ସେନାପତି ଚିତ୍ରା ଙ୍କନରେ ଅନନ୍ୟା ଅପରୂପା ଦାସ,ମଧୁସ୍ମିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେଗାନ୍ଧି ବେଶଭୂଷାରେ ରାଜେଶ କୁମାର ସାହୁ ପ୍ରଥମ ହୋଇଥିଲେ ।ବିଚାରକ ରୂପେ ଶିକ୍ଷୟିତ୍ରୀ ଶୈବାଲିକା ମଲ୍ଲିକ,ସ୍ମିତସିନ୍ଧୁ ମହାପାତ୍ର,ନମିତା ସାହୁ,ସୌଦାମିନୀ ସୁବୁଦ୍ଧି ଓ ଶିକ୍ଷକ ବିଶ୍ୱଜିତ୍ ସରୋଜ କୁମାର,ବିଭୁପ୍ରସାଦ ମହାପାତ୍ର ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ ।ମହାମାନବ ମହାତ୍ମା ଗାନ୍ଧି ଓ ଲାଲ୍ବାବାହାଦୁର ଶାସ୍ତ୍ରୀ ଙ୍କର ପ୍ରିୟରାଷ୍ଟ୍ର ଭାରତ ପ୍ରତି ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ,ସ୍ୱର୍ଣଲତା ପ୍ରଧାନ,ଶୁଭଶ୍ରୀ ଧଳ,ଅଂଶୁମାନ ଧଳ,ଶ୍ରୋତାଲିନି ସାହୁ ଓ ସୌଦାମିନି ପରିଡ଼ା ଆଲୋକପାତ କରିଥିଲେ ।ଶିକ୍ଷକ ଦୀପ୍ତି ରଞ୍ଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)