ସ୍ମାର୍ଟ ମିଟରରେ ଉପଭୋକ୍ତାଙ୍କୁ ଲୁଟ୍ ବିରୁଦ୍ଧରେ ପ୍ରତିବାଦ;ସ୍ଥାୟୀ ସମାଧାନ ନହେଲେ ସ୍ମାର୍ଟ ମିଟର ଭଙ୍ଗାଯିବ ।

0 259

ଆସିକା,୩୧/୦୮(ପିପିଟି):ଭାରତର କମ୍ୟୁନିଷ୍ଟ ପାର୍ଟି  (ମାର୍କସ୍‌ବାଦୀ-ଲେନିନ୍‌ବାଦୀ)ରେଡଷ୍ଟାର ଗଞ୍ଜାମ ଜିଲ୍ଲା ସଂପାଦକ ଶଙ୍କର ଇନକିଲାବଙ୍କ ନେତୃତ୍ବରେ ଜୟପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଢ଼ାଳ ଗ୍ରାମରେ ଦଳିତ ତଥା ହରିଜନ ସାହିର ଉପଭୋକ୍ତା ମାନେ ଟାଟା ବିଦ୍ୟୁତ ବଣ୍ଟନ ଦକ୍ଷିଣ ଓଡ଼ିଶାର ଆସିକା ନୂଆଗାଁ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୭ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।‌ ଆଜି ରାତି ସୁଦ୍ଧା ବିଦ୍ୟୁତ୍ ସଂଯୋଗ ସହ ୭ ଦଫା ଦାବି ପୂରଣ ନହେଲେ ଆସନ୍ତା ସୋମବାର ଦିନ ସ୍ମାର୍ଟ ମିଟର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଭଙ୍ଗାଯିବ ବୋଲି ଚେତାବନୀ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ପଢାଳ ଗ୍ରାମର ଅନ୍ୟାୟପୂର୍ଣ ଭାବେ ବିଦ୍ୟୁତ ଉପଭୋକ୍ତା ଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିବା ସଂପର୍କରେ ୨ ମାସ ତଳେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଭାଗୀୟ ନୀରବତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ସମୟରେ ଆସିକା ଥାନା ଅଧିକାରୀଙ୍କ ହସ୍ତକ୍ଷେପରେ ବିଛିନ୍ନ ହୋଇଥିବା ଉପଭୋକ୍ତାଙ୍କୁ ୧୧୭୭ ଜମା କଲେ ବିଦ୍ୟୁତ ସଂଯୋଗ ପାଇଁ ଏସଡିଓ ଓ ଜେଇ ପ୍ରତିଶ୍ରୁତି ଦେଇଥିଲେ। ସମସ୍ତ ଉପଭୋକ୍ତାଙ୍କ ଥିବା ଭଲ ମିଟର ବାହର ସ୍ମାର୍ଟ ମିଟର ବସାଇ ଦେଇଥିଲେ। ବିଛିନ୍ନ ସମୟର ମିଟର ଭଡା ଏବଂ ଫିକ୍ସଡ ଦେୟ ଯୋଡି ୧୨ ଶହ ରୁ ୧୫ ଶହ ବିଲ କରିଥିଲେ।ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ ଆସନ୍ତା ମାସରେ ସଂଶୋଧିତ ବିଲ ଆସିବ ତାପରେ ଜମା କରିବେ ବୋଲି ଜଣାଇବାରୁ ଉତ୍ୟନ୍ତ ଉପଭୋକ୍ତା ଶାନ୍ତ ହୋଇ ଫେରିଥିଲେ । କିନ୍ତୁ ଚଳିତ ମାସରେ କେତେକ ଉପଭୋକ୍ତାଙ୍କ ଏଭଳି ତ୍ରୁଟି ପୂର୍ଣ ମନଇଛା ବିଲ ଆସିଅଛି । ଜମା କରିଥିବା ଉପଭୋକ୍ତାଙ୍କ ମଧ୍ୟ ସଂଯୋଗ ମିଟର ଠାରୁ ବିଚ୍ଛିନ୍ନ ହୋଇଅଛି । ଏହି ଅନ୍ୟାୟ ଓ ଲୁଟର ତୀବ୍ର ପ୍ରତିବାଦ କରି ଆସନ୍ତା ୩ ଘଣ୍ଟା ମଧ୍ୟରେ ବିଦ୍ୟତ ସଂଯୋଗ ସହ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବୀ ପତ୍ର ପ୍ରଦାନ କରାଯାଇଛି। ସମାଧାନ ନହେଲେ ଆସନ୍ତା ସୋମବାର ତା ୨ ସେପ୍ଟେମ୍ବର ୨୦୨୪ ରିଖ ରୈ କାର୍ଯ୍ୟାଳୟ ସମ୍ମୁଖରେ ସ୍ମାର୍ଟ ମିଟର ବାଡେଇ ଭାଙ୍ଗିବାକୁ ଚେତାବନୀ ଦେଇଛନ୍ତି। ଦାବୀ ଗୁଡ଼ିକ ହେଲା

୧. ସମସ୍ତ ଉପଭୋକ୍ତାଙ୍କ ଘରକୁ ଆସନ୍ତା ୩ ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ପ୍ରଦାନ କରିବା ୨. ମାସିକ ୬୦ ଟଙ୍କା ମିଟର ଭଡା ନାମରେ ୬୦ ମାସର ଟଙ୍କା ୩୬୦୦ ଟଙ୍କା ଲୁଟିବା ବନ୍ଦ କରିବା ୩. ଚଳିତ ମାସରେ ବିଦ୍ୟୁତ ସଂଯୋଗ କରି ପିଛଳା ୧୨ ମାସର ମିଟର ଭଡା ଓ ଫିକ୍ସଡ ଚାର୍ଜ ଲୁଟିବାକୁ ବନ୍ଦ କରିବା ୪. ଉପଭୋକ୍ତାଙ୍କ ସମସ୍ତ ଭଲ ମିଟିର ଗୁଡିକ ହଟାଇ ସ୍ମାର୍ଟ ମିଟର ବସାଇ ଲୁଟିବା ବନ୍ଦ କରିବା, ୫. ସମସ୍ତ ଉପଭୋକ୍ତାଙ୍କୁ ଆସନ୍ତା ସୋମବାର ସୁଦ୍ଧା ବିଦ୍ୟୁତ ସଂଯୋଗ ପ୍ରଦାନ ୬. ପରିବାର ରେ ଅନ୍ୟ ସଦସ୍ୟ ଉପଭୋକ୍ତା ନେବାକୁ ଚାହୁଁଥିଲେ ସେମାନଙ୍କୁ ଅଯଥା ହଇରାଣ କରିବା ବନ୍ଦ କରିବା ୭. ଆସିକା ଅଞ୍ଚଳରେ ସ୍ମାର୍ଟ ମିଟର ବସାଇ ସାଧାରଣ ଉପଭୋକ୍ତାଙ୍କୁ ଲୁଟିବା ବନ୍ଦ ଆଦି ଦାବି ରଖାଯାଇଥିଲା। ଏସଡିଓ ଜିତେନ୍ଦ୍ର ସିଂ ଏ ଦିଗରେ ତୁରନ୍ତ ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି। ଏଥିରେ ହାର ନାହକ, କମା ନାହକ,ବୁଦ୍ଧି ନାହକ,ରାଜୁ ନାହକ,ପଦ୍ମନାଭ ନାହକ ଏବଂ ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ ସାମିଲ୍ ହୋଇଥିଲେ।

Leave A Reply

Your email address will not be published.