ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଗରୀବ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ ।

0 266

ଭଞ୍ଜନଗର ୧୭/୧୧(ପିପିଟି ):ଚଳିତ ବର୍ଷ କାର୍ତ୍ତିକ ମାସ ପର୍ଯ୍ୟନ୍ତ ପାଣିପାଗରେ ଅନିୟମିତତା ଦେଖିବାକୁ ମିଳିଥିଲା।ଅନେକ ସମୟରେ ଲଘୁଚାପଜନିତ ଅଦିନିଆ ବର୍ଷା ଯୋଗୁଁ ଚାଷୀ ନିଜ ଫସଲକୁ ସୁରକ୍ଷା ଦେବାକୁ ଯାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛି।ହେଲେ ବର୍ତ୍ତମାନ ଆଉ ବର୍ଷା ନାହିଁ।ବିଳମ୍ବରେ ହେଲେ ମଧ୍ୟ ଦିନକୁ ଦିନ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।ଯାହା ଫଳରେ ସନ୍ଧ୍ୟା ସମୟରେ ଆଉ ରାସ୍ତାଘାଟ ଜନଶୂନ୍ୟ ହେବାରେ ଲାଗିଛି।ଲୋକମାନେ ଆଉ ବେଶୀ ସମୟ ବାହାରେ ନରହି ଘରେ ରହିବାକୁ ପସନ୍ଦ କରୁଛନ୍ତି।ହେଲେ ଯେଉଁ ନିରାଶ୍ରୟ ଗରୀବ ଓ ଅସହାୟ ଲୋକମାନେ ରାସ୍ତା କଡରେ ତଥା ଏଣେତେଣେ ବୁଲି ଦିନ କାଟୁଛନ୍ତି ଶୀତରେ ସେମାନଙ୍କ ଦୁଃଖ କହିଲେ ନସରେ।ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ବିପଦର ବନ୍ଧୁ ଓଡିଶା ତରଫରୁ ସେମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ଭଞ୍ଜନଗର ଶାଖା ପକ୍ଷରୁ ସହରର ବସଷ୍ଟାଣ୍ଡ, ମେନ ରୋଡ଼, ଖାଲା ସାହି, ପୁରୁଣା ବଜାର ସାହି, ବାଉଁଶ ଲୁଣ୍ଡି, ସାଇ ମନ୍ଦିର, ଭେଜିପୁଟ ଆଦି ଅଞ୍ଚଳରେ ରାସ୍ତା କଡ଼ରେ ଜୀବନ ଅତିବାହିତ କରୁଥିବା ଗରିବ ଲୋକମାନଙ୍କୁ ଶୀତରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କରାଯାଇଛି। ଥଣ୍ଡାରୁ ସାମାନ୍ୟ ଆଶ୍ବସ୍ତି ଲଭିବା ପରେ ସେମାନେ ସଂଗଠନକୁ କୃତଜ୍ଞତା ଜଣାଇଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.